fbpx

ଗୁପ୍‌ଚୁପ୍‌ ବିକ୍ରି ଉପରେ ଲାଗିଲା କଟକଣା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ନେପାଳର ରାଜଧାନୀ କାଠମାଣ୍ଡୁ ଘାଟିର ଲଲିତପୁର ମହାନଗରରେ ପାନି ପୁରୀ (ଗୁପଚୁପ ) ବିକ୍ରି ଉପରେ କଟକଣା ଲାଗିଛି । ଏହି ସ୍ଥାନରେ ହଇଜା ହେଉଥିବାରୁ ଗୁପଚୁପକୁ ବନ୍ଦ କରିଦିଆଯାଇଛି। ସହରରେ ଗୁପଚୁପ୍‌ ବିକ୍ରି ଏବଂ ଡିଷ୍ଟ୍ରିବ୍ୟୁସନ ପାଇଁ ରୋକ୍‌ ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସହରର ପ୍ରଶାସନ କହିଛି କି, ଗୁପଚୁପରେ ବ୍ୟବହାର ହେଉଥିବା ପାଣିରେ ହଇଜା ବ୍ୟାକ୍ଟେରିଆ ସଂକ୍ରମଣ ହେଉଛନ୍ତି।

ପୋଲିସ ମୁଖ୍ୟ ସୀତାରାମ ହଚେଥୁଙ୍କ କହିବାନୁସାରେ, ସହରରେ ଭିଡ ଅଞ୍ଚଳରେ ଏବଂ ପ୍ରାନ୍ତୀୟ ଅଞ୍ଚଳରେ ଚୁପଚୁପ୍‌ ବିକ୍ରି ଉପରେ ରୋକ୍‌ ଲଗାଇବା ପାଇଁ ପ୍ରସ୍ତୁତି ସରିଛି। ଘାଟିରେ ହଇଜା ସଂକ୍ରମଣ ବୃଦ୍ଧି ପାଇବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସ୍ୱାସ୍ଥ୍ୟ ଏବଂ ଜନସଂଖ୍ୟା ମନ୍ତ୍ରଣାଳୟ ଅନୁସାରେ, କାଠମାଣ୍ଡୁ ଘାଟିରେ ୧୨ ଜଣ ଲୋକ ହଇଜାରେ ସଂକ୍ରମିତ ହୋଇଛନ୍ତି। ସେହିଭଳି କାଠମାଣ୍ଡୁ ସହରରେ ୫, ଚନ୍ଦ୍ରଗିରି ନଗର ପାଳିକାରେ ଜଣେ ଏବଂ ବନ୍ଧୁନିଳକାଣ୍ଠ ନଗରରେ ଜଣେ ସଂକ୍ରମିତ ହୋଇଥିବା ଖବର ମିଳିଛି। ସଂକ୍ରମିତଙ୍କ ଚିକିତ୍ସା ଚାଲିଛି।

ଏହା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନଙ୍କ ଠାରେ କିଛି ଲକ୍ଷଣର ଅନୁଭବ ରହିଛି, ସେମାନେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଡାଇରିଆ ଏବଂ ହଇଜା ଏବଂ ଅଜ୍ୟ ଜଳଜନିତ ରୋଗକୁ ବିଶେଷ ଭାବେ ବର୍ଷା ଦିନରେ ସଂକ୍ରମିତ ହୋଇଥାଏ । ମନ୍ତ୍ରଣାଳୟସମସ୍ତଙ୍କୁ ସଜାଗ ରହିବାକୁ ଅନୁରୋଧ କରିଛି, କାରଣ ହଇଜା ଓ ଜଳ ଜନିତ ଅନ୍ୟ ରୋଗ ଖାସକରି ଗରମ ଓ ବର୍ଷା ଋତୁରେ ବ୍ୟାପୁଛି ।

Get real time updates directly on you device, subscribe now.