fbpx
BSKY SKY
BSKY SKY

ପୁଣି ଇସ୍ତଫା ପତ୍ର ଭାଇରାଲ: ଏଥର ବଲିଉଡ ଗୀତରେ ରିଜାଇନ ଦେଲେ କର୍ମଚାରୀ

BSKY

ନୂଆଦିଲ୍ଲୀ: ନିଜ କର୍ମ ଜୀବନରେ ବିରକ୍ତି ଭାବ କିମ୍ବା ଚାପଗ୍ରସ୍ତ ହେଲେ ଅଫିସରୁ ଇସ୍ତଫା ଦେଇଥାନ୍ତି କର୍ମଚାରୀ । କିନ୍ତୁ ଗତ କିଛି ଦିନରୁ ଏହି ଇସ୍ତଫା ପତ୍ର ଏବେ ଖୁବ ଟ୍ରେଣ୍ଡିଂରେ ରହିଛି । ଉପରିସ୍ଥ ଅଧିକାରୀଙ୍କୁ ଶର୍ଟକଟରେ ଇସ୍ତଫା ଦେବା ଟ୍ରେଣ୍ଡ ଏବେ ଖୁବ ଭାଇରାଲ । ଏମିତି ଏକ ଇସ୍ତଫା ପତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବଲିଉଡ ଗୀତକୁ ନେଇ ଏହି ଇସ୍ତଫା ପତ୍ର ଲେଖିଛନ୍ତି ଜଣେ କର୍ମଚାରୀ ।

ଅଫିସର ବସଙ୍କୁ ଇସ୍ତଫା ପତ୍ର ଲେଖିବା ଏକ ଚାଲେଞ୍ଜର ବିଷୟ ହୋଇଥାଏ । ଅନେକ ଲୋକ କାର୍ଯ୍ୟକାଳରେ ପାଇଥିବା ଶିକ୍ଷା ଏବଂ ଅଭିଜ୍ଞତା ନିମନ୍ତେ ବସଙ୍କୁ ଧନ୍ୟବାଦ ଦେବା ପାଇଁ ମଧ୍ୟ ଲମ୍ବା ପତ୍ର ଲେଖିଥାନ୍ତି । କିନ୍ତୁ କିଛି ଲୋକ ଏବେ ଇସ୍ତଫା ଦେବା ପାଇଁ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ କେବଳ କିଛିଟା ଶବ୍ଦ କିମ୍ବା ଅନ୍ୟ କିଛି ଭିନ୍ନ ମାଧ୍ୟମ ଆପଣେଇଛନ୍ତି । ସେହିଭଳି ଜଣେ ବ୍ୟକ୍ତି ନିଜର ନିଆରା ଅନ୍ଦାଜରେ ଇସ୍ତଫା ପତ୍ର ଲେଖିଛନ୍ତି । ବଲିଉଡ ଗୀତର କିଛି ଲିରିକ୍ସ ଲେଖି ଇସ୍ତଫା ଦେଇଛନ୍ତି ଜଣେ କର୍ମଚାରୀ ।

ବଲିଉଡର ସୁପର ହିଡ ଗୀତ “ମେରୀ ନିନ୍ଦ୍ ମେରା ଚୈନ ମୁଝେ ଲୌଟା ଦୋ” ର ଏହି ଆଇକନିକ ପଦ ଇସ୍ତଫା ପତ୍ରରେ ଲେଖିଛନ୍ତି କର୍ମଚାରୀ । ତେବେ ଇସ୍ତଫା ପତ୍ରରେ ଏହି ଗୀତ ଲେଖିବାର ଅର୍ଥ ସେ ନିଜ ଚାକିରିକୁ ନେଇ ଖୁସି ନଥିଲେ । ୱାର୍କଲୋଡରେ ବିରକ୍ତ ହୋଇ ଏକ ନୂଆ ଷ୍ଟାଇଲରେ ସେ ଅଫିସରୁ ଇସ୍ତଫା ଦେଇଛନ୍ତି ।

ସେ ଇସ୍ତଫାରେ ଲେଖିଛନ୍ତି ଯେ, “ଡିୟର ସାର, ମେରି ନିନ୍ଦ୍ ମେରା ଚୈନ ମୁଝେ ଲୌଟା ଦୋ, ବରନା ମେରା ହୋ ଗୟା ।” ଏହି ଟ୍ୱିଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟକୁ ଅନେକ ୟୁଜର ପସନ୍ଦ କରିବା ସହ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି । ଏହାସହିତ ନୂଆ ନୂଆ ଢଙ୍ଗରେ ଇସ୍ତଫା ଦେବା ପାଇଁ ଉପାୟ ମଧ୍ୟ କହୁଛନ୍ତି ।

Get real time updates directly on you device, subscribe now.