fbpx
BSKY
BJD MC SKY
BJD YOUTH SKY

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର

ପୁରୀ,(ଭାସ୍କର ନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ବୁଧବାର ଅପରାହ୍‌ଣରେ ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା କରିବେ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ ।  ଦତ୍ତମହାପାତ୍ର ସେବକ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ ।  ବନକଲାଗି ନୀତି ପରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୋଭା ବର୍ଦ୍ଧନ ହୋଇଥାଏ ।

ସୂଚନା ମୁତାବିକ, ଏହି ଗୁପ୍ତ ନୀତି ପାଇଁ ଦ୍ୱିପ୍ରହର ଧୂପ ପରେ ଦତ୍ତମହାପାତ୍ର ସେବାୟତମାନେ ଗର୍ଭଗୃହରେ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ସିଂହାର ଲାଗି ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହୋଇଥିବା ପ୍ରସାଧନ ବ୍ୟବହାର କରାଯିବ । ଶଙ୍ଖ, କସ୍ତୁରୀ, ହରିତାଳରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ବିଗ୍ରହ ଝଲସି ଉଠିବ ।

ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ମାସରେ ଏହି ନୀତି ଦୁଇ ଥର କରାଯାଉଥିବା ବେଳେ ଦତ୍ତ ମହାପାତ୍ର ରତ୍ନ ସିଂହାସନରେ ଦାରୁ ଦେବତାଙ୍କର ଶ୍ରୀମୁଖ ସିଂହାର କରିଥାନ୍ତି ।

Get real time updates directly on you device, subscribe now.