fbpx

କରୋନା ପରେ ରାଜଧାନୀରେ ଡେଙ୍ଗୁ ଭୟ: ଦିନକୁ ୩୦ରୁ ୪୦ଜଣ ହେଉଛନ୍ତି ଆକ୍ରାନ୍ତ, ୪ଶହ ଟପିଲାଣି ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଏବେ ରାଜଧାନୀରେ ଡରାଉଛି ଡେଙ୍ଗୁ । ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୪୨୧ଜଣ ଆକ୍ରାନ୍ତ । ଶୈଳେଶ୍ରୀ ବିହାର ଓ ନିଳାଦ୍ରି ବିହାରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ଡେଙ୍ଗୁ କ୍ରମଶଃ ଅଣାୟତ ହେବାରେ ଲାଗିଛି । ପ୍ରତିଦିନ ୩୦ରୁ ୪୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ୧୫ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରୁ ଯାଇ ୪୨୧ରେ ପହଞ୍ଚିଲାଣି । ହେଲେ ଏପର୍ଯ୍ୟନ୍ତ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଡେଙ୍ଗ ସଂକ୍ରମଣ ରୋକିବା ଦିଗରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।

ସେପଟେ ବିଏମ୍‌ସି ପକ୍ଷରୁ କୁହଯାଇଛି ଡେଙ୍ଗୁ ମଶା ଜନ୍ମ ହୋଇଥିବା ୪୬୪ଟି ଜାଗା ଚିହ୍ନଟ ହୋଇଛି । ମଶା ଜନ୍ମ ହୋଇଥିବା ୧ହଜାର ୯୩ଟି ସ୍ଥାନକୁ ନଷ୍ଟ କରାଯାଇଛି । ଡେଙ୍ଗୁକୁ ନେଇ ବିଏମ୍‌ସି ପକ୍ଷରୁ ସଚେତନତା ଜାରି ରହିଛି । ସ୍ୱତନ୍ତ୍ର ଗାଡ଼ି ଘରକୁ ଘର ବୁଲିବା ସହ ବୁକ୍‌ଲେଟ୍‌, ଲିଫ୍‌ଲେଟ୍‌ ବଣ୍ଟାଯାଉଛି । ୫୦୦ରୁ ଊର୍ଦ୍ଧ୍ୱ ଆଶା ଓ ଅଙ୍ଗନୱାଡ଼ି କର୍ମୀ ସର୍ବେକ୍ଷଣ କାମରେ ନିୟୋଜିତ ଥିବାବେଳେ ୱାର୍ଡ ଅଫିସର, ସାନିଟାରି ଇନ୍‌ସ୍‌ପେକ୍ଟର, ସ୍ୱଚ୍ଛସାଥୀ ପ୍ରମୁଖ ମଶା ଉତ୍ପତ୍ତି ସ୍ଥଳ ଚିହ୍ନଟ କରି ପଦକ୍ଷେପ ଗ୍ରହଣ କରୁଛନ୍ତି ।

Get real time updates directly on you device, subscribe now.