fbpx

ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌: ଓମାନ୍‌ରେ ପହଞ୍ଚିଲେ ବାଂଲାଦେଶ ଟିମ୍

ମସ୍କଟ (ଓମାନ):ଆସନ୍ତା ୧୭ ତାରିଖରୁ ଟି-୨୦ କ୍ରିକେଟ ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବାଂଲାଦେଶ ଦଳ ସୋମବାର ଦିନ ଏଠାରେ ପହଞ୍ଚିଛନ୍ତି । ବାଂଲାଦେଶ ସିଧା ସଳଖ ଏହି ବିଶ୍ୱକପ ଖେଳିବା ପାଇଁ ଯୋଗ୍ୟତା ହାସଲ କରି ନ ଥିବାରୁ ପ୍ରଥମେ ରାଉଣ୍ଡ ୧ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଖେଳିବାକୁ ପଡିବ । ଏହି ପର୍ଯ୍ୟାୟରେ ବାଂଲାଦେଶ ସମେତ ମୋଟ ୮ ଦଳ ପ୍ରତିଦ୍‌ବନ୍ଦ୍ୱିତା କରିବେ । ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୪ ଦଳ ସୁପର ୧୨ ଦଳ ସହିତ ସାମିଲ ହୋଇ ବିଶ୍ୱକପର ମୁଖ୍ୟ ପ୍ରତିଯୋଗିତାରେ ଭାଗ ନେବେ ।

ଓମାନରେ ଅନୁଷ୍ଠିତ ହେବାକୁ ଥିବା ଏହି ପର୍ଯ୍ୟାୟର ୧୭ ତାରିଖ ଦିନ ଅଲ ଅମରତ ଠାରେ ସ୍କଟଲାଣ୍ଡ ବିରୋଧରେ ବାଂଲାଦେଶ ଖେଳିବ ପ୍ରଥମ ମ୍ୟାଚ । ଉକ୍ତ ଦିନ ମସ୍କଟରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚରେ ଓମାନ ଓ ପପୁଆ ନ୍ୟୁଗୁଏନା ମଧ୍ୟ ପରସ୍ପରକୁ ଭେଟିବେ । ଓମାନରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ମ୍ୟାଚକୁ ୩ ହଜାର ଦର୍ଶକ ଷ୍ଟାଡିୟମରେ ବସି ଉପଭୋଗ କରି ପାରିବେ । ତେବେ ବିଶ୍ୱକପର ମୁଖ୍ୟ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ସବୁ ଦଳ ପ୍ରୟାସ କରିବେ । ତେଣୁ ପ୍ରତି ମ୍ୟାଚ କଡା ସଂଘର୍ଷୂର୍ଣ୍ଣ ହେବ । ଏହି ପର୍ଯ୍ୟାୟରେ ଏସିଆର ଅନ୍ୟତମ ଦଳ ଶ୍ରୀଲଙ୍କା ମଧ୍ୟ ଅଂଶ ଭଗ୍ରହଣ କରିବ । ତେଣୁ ଏହି ଦୁଇ ଦଳ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ସଫଳ ହୋଇ ସୁପର ୧୨ ଦଳ ସହିତ ସାମିଲ ହୋଇ ପାରିବେ ବୋଲି ଅନୁମାନ । ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଶେଷ ହେବା ପରେ ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଳ ଆଗକୁ ବଢ଼ିବା ସହିତ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ସୁପର ୧୨ ମୁଖ୍ୟ ପ୍ରତିଯୋଗିତା । ଉକ୍ତ ଦିନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିେ । ସେହିପରି ୨୪ ତାରିଖ ଦିନ ଦୁବାଇରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ -ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ହେବ ।

Get real time updates directly on you device, subscribe now.