fbpx

ବାଂଲାଦେଶ ପୂଜା ମଣ୍ଡପରେ ଏହି ବ୍ୟକ୍ତି ରଖିଥିଲା କୁରାନ୍, ସାମନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ବାଂଲାଦେଶରେ ଲଗାତର ଭାବରେ ହିନ୍ଦୁ ବିରୋଧୀ ଅତ୍ୟାଚାର ବଢ଼ିବାରେ ଲାଗିଛି । ସେଠାରେ ଦୁର୍ଗାପୂଜା ପେଣ୍ଡାଲ ମାନଙ୍କରେ ହୋଇଥିବା ହମଲାରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହା ଭିତରେ ବାଂଲାଦେଶର କୋମିଲା ପୋଲିସ୍ ଏହି ହମଲା ହେବା ପଛରେ ରହିଥିବା ବ୍ୟକ୍ତିର ପରିଚୟ ପାଇଯାଇଛି । ପୋଲିସ୍ କହିଛି ଯେ, ଜଣେ ବ୍ୟକ୍ତି ଦୁର୍ଗାପୂଜା ପେଣ୍ଡାଲରେ ଯାଇ କୁରାନ ରଖିବା କାରଣରୁ ଏହି ହିଂସା ଆରମ୍ଭ ହୋଇଯାଇଛି । ଏହି ମାମଲାରେ ୩୫ ବର୍ଷିୟ ଇକବାଲ୍ ହୁସୈନ୍ କୁ ପଚରାଉଚରା କରାଯାଉଛି, ଯିଏ ଏହି ହିଂସାର ସୁତ୍ରଧର । କୁହାଯାଉଛି ଯେ, ଇକବାଲ ମାନସିକ ସ୍ତରରେ ଅସୁସ୍ଥ ।

କୋମିଲା ଜିଲ୍ଳାର ସୁଜାନଗରରେ ରହୁଥିବା ଇକବାଲ୍ ଅକ୍ଟୋବର ୧୩ ତାରିଖରେ ପୂଜା ମଣ୍ଡପରେ କୁରାନ ରଖିଦେଇଥିଲା । ଏହି ତଥ୍ୟ ପୋଲିସ୍ କୁ ମଣ୍ଡପରେ ଲାଗିଥିବା ସିସିଟିଭିରୁ ଜଣାପଡ଼ିଛି । ସିସିଟିଭିରେ ଦେଖିବାକୁ ମିଳ୍ରିଛି ଯେ, ଇକବାଲ୍ ହାତରେ କୁରାନ୍ ନେଇ ଯାଉଛି ଏବଂ ପେଣ୍ଡାଲରେ ଥିବା ଏକ ହନୁମାନ ମୂର୍ତ୍ତି ପାଖରେ କୁରାନ୍ କୁ ରଖି ସେଠାରୁ ଚାଲି ଆସୁଛି । ତେବେ ବର୍ତ୍ତମାନ ସୁଦ୍ଧା ତାକୁ ହେପାଜତକୁ ନିଆଯାଇନାହିଁ ।

ତେବେ ଏହି ହିଂସା ମାମଲାରେ ପାଖାପାଖି ୪୧ ଜଣଙ୍କୁ ଗିରଫ କରାଯାଇଛି । ଗିରଫ କରାଯାଇଥିବା ଲୋକଙ୍କ ମଧ୍ୟରେ ୪ ଜଣ ଇକବାଲ୍ ହୁସୈନଙ୍କ ସହଯୋଗୀ ବୋଲି ଜଣାପଡ଼ିଛି । ତେବେ ଇକବାଲ୍ ର ମାଆ ଅମୀନା ବେଗମ୍, ଢ଼ାକା ଟ୍ରିବ୍ୟୁନ୍ କୁ କହିଛନ୍ତି ଇକବାଲ୍ ଡ୍ରଗ୍ସ ଆଡିକ୍ଟ । ପ୍ରାୟ ୧୦ ବର୍ଷ ତଳେ ପଡୋଶୀ ମାନେ ତା ପେଟରେ ଛୁରୀ ଭୁସିଦେଇଥିଲେ ସେବେଠାରୁ ସେ ମାନସିକ ସ୍ଥରରେ ଅସୁସ୍ଥ ହୋଇପଡ଼ିଛି ।

Get real time updates directly on you device, subscribe now.