fbpx

ମାଳଦ୍ୱୀପ ପରେ ବାଂଲାଦେଶରେ ମଧ୍ୟ ଭାରତ ବିରୋଧରେ ‘ଷଡ଼ଯନ୍ତ୍ର’ କରିଛି ଚୀନ୍ ? 

ନୂଆଦିଲ୍ଲୀ: ବିଶ୍ୱ ଦେଖିଲା ବାଂଲାଦେଶର ବିକ୍ଷୋଭ। ସୋମବାର ବାଂଲାଦେଶ ପାଇଁ ଏଭଳି ଦିନ ଆସିବ, କେହି କଳ୍ପନା ବି କରିନଥିବେ। ରାଜରାସ୍ତା ହୋଇଥିଲା ଲୋକାରଣ୍ୟ, ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଏବଂ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନରେ ସୋମବାର ଏସବୁ ଦେଖିବାକୁ ମିଳିଥିଲା। ବାଂଲାଦେଶରେ ଚାଲିଥିବା ବିଦ୍ରୋହ ଭିତରେ ଏକ ବଡ଼ ପ୍ରଶ୍ନ ଉଠୁଛି ଏସବୁ ପାଇଁ ଦାୟୀ କିଏ ? ଅନେକ ପ୍ରତିରକ୍ଷା ବିଶେଷଜ୍ଞ ବାଂଲାଦେଶରେ ଚାଲିଥିବା ବିକ୍ଷୋଭ ପାଇଁ ବାହ୍ୟ ହସ୍ତକ୍ଷେପକୁ ଦାୟୀ କରିଛନ୍ତି।

ଅନେକ ରିପୋର୍ଟରେ ବାଂଲାଦେଶ ସଙ୍କଟର ଏକ ପ୍ରମୁଖ କାରଣ ଭାବେ ଅନ୍ତର୍ଜାତୀୟ ପ୍ରଭାବକୁ ବିବେଚନା କରାଯାଉଛି। ପୂର୍ବତନ ସେନାମୁଖ୍ୟ ଜେନେରାଲ ଶଙ୍କର ରାୟ ଚୌଧୁରୀ କହିଛନ୍ତି, ଏହି ଚ୍ୟାଲେଞ୍ଜ ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। କୌଣସି ବାହ୍ୟ ଦେଶର ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଆମର କାମ ନୁହେଁ, ବରଂ ଆମକୁ ନିଜ ସୀମାକୁ ଯଥାସମ୍ଭବ ସୁରକ୍ଷିତ ରଖିବାକୁ ପଡ଼ିବ।

ଆମକୁ ଆମ ଦେଶକୁ ଆଭ୍ୟନ୍ତରୀଣ ଓ ବାହ୍ୟ ସ୍ତରରେ ସୁଦୃଢ଼ କରିବାକୁ ପଡ଼ିବ। ଆମେ ଦେଶକୁ କୌଣସି ରୂପରେ ବିପଦରେ ରହିବାକୁ ଦେଇପାରିବୁ ନାହିଁ । ବାଂଲାଦେଶରେ ଯାହା ଘଟିଲା, ସେଥିପାଇଁ ଅନ୍ତର୍ଜାତୀୟ ପ୍ରଭାବ ମଧ୍ୟ ଦାୟୀ ହୋଇପାରେ। ଶେଖ୍ ହସିନା ବାଂଲାଦେଶ ଛାଡିଛନ୍ତି ଏବଂ ତାଙ୍କୁ ଦେଶରୁ ସୁରକ୍ଷିତ ରାସ୍ତା ଯୋଗାଇ ଦିଆଯାଇଛି। ବଡ଼ ପ୍ରଶ୍ନ ହେଉଛି ବାଂଲାଦେଶରେ ଭାରତ ସମର୍ଥନ କରୁଥିବା ହସିନା ସରକାର ଏବେ ବାହାରକୁ ଚାଲିଆସିଛନ୍ତି। ଏହା ପୂର୍ବରୁ ଶ୍ରୀଲଙ୍କାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

ସେଠାରେ ମଧ୍ୟ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ଭିତରକୁ ପ୍ରବେଶ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀଲଙ୍କା ମଧ୍ୟ ଚୀନର ଋଣ ବୋଝରେ ବୁଡ଼ି ଯାଇଥିଲା। ଚୀନ୍ ର କଠୋର ମହମ୍ମଦ ମୁଇଜ୍ଜୁ କ୍ଷମତାକୁ ଆସିବା ପରେ ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କ ମଧ୍ୟ ତିକ୍ତ ହୋଇଛି। ତେବେ ଭାରତର କଠୋର ଆଭିମୁଖ୍ୟ ପରେ ମାଳଦ୍ୱୀପ ଆଣ୍ଠେଇ ପଡ଼ିଥିଲା। ତେବେ ପାକିସ୍ତାନ ପ୍ରତି ଭାରତର ଶତ୍ରୁତା ସମସ୍ତଙ୍କୁ ଜଣା । ଚୀନ୍ ଏସିଆରେ ଭାରତ ବିରୋଧୀ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି କି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି।

Get real time updates directly on you device, subscribe now.