fbpx

ଭଙ୍ଗ ହେଲା ବାଂଲାଦେଶ ସଂସଦ; ଆଦେଶ ଜାରି କଲେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ

ନୂଆଦିଲ୍ଲୀ: ଭଙ୍ଗ ହେଲା ବାଂଲାଦେଶ ସଂସଦ, ଆଦେଶ ଜାରି କଲେ ରାଷ୍ଟ୍ରପତି । ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦେଶର ସଂସଦ ଭଙ୍ଗ କରିବା ପାଇଁ ଏକ ଆଦେଶ ଜାରି କରିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ପ୍ରେସ୍ ଶାଖା ପକ୍ଷରୁ ମଙ୍ଗଳବାର ପଠାଯାଇଥିବା ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ନୋଟିସରେ କୁହାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ସହ ତିନି ସେନା ମୁଖ୍ୟ, ବିଭିନ୍ନ ରାଜନୈତିକ ଦଳର ନେତା, ନାଗରିକ ସମାଜ ପ୍ରତିନିଧି ଏବଂ ଛାତ୍ର ଆନ୍ଦୋଳନର ନେତାମାନଙ୍କର ଏକ ବୈଠକ ପରେ ଜାତୀୟ ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ ନିର୍ବାଚନ ପରେ ସଂସଦ ଗଠନ ହୋଇଥିଲା । ସୋମବାର ରାଷ୍ଟ୍ରପତି ଏକ ନିର୍ଦ୍ଦେଶନାମା ଜାରି କରି ବିଏନପି ନେତ୍ରୀ ଖାଲିଦା ଜିଆଙ୍କ ସମେତ ଅନେକ ବିରୋଧୀ ଦଳ ନେତାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିଛନ୍ତି । ତେବେ ଆଗକୁ କଣ ହେବ ଏନେଇ ସାରା ବିଶ୍ୱର ନଜର ରହିଛି ।

Get real time updates directly on you device, subscribe now.