ଭାରତକୁ ବାଂଲାଦେଶର ଧମକ: ପାକିସ୍ତାନକୁ ଆକ୍ରମଣ କଲେ, ଚାଇନା ସହ ମିଶି ଭାରତର ୭ ରାଜ୍ୟକୁ କରିବ ଦଖଲ
କରଛାଡ଼ିଲା ବାଂଲାଦେଶ ମଧ୍ୟବର୍ତ୍ତୀ ସରକାର । ଜାରି କଲା ବିଜ୍ଞପ୍ତି ।
ଶ୍ରୀନଗର: ଏଲଓସିରେ ଲଗାତର ୯ ଦିନ ଧରି ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ ଜାରି ରହିଛି । ପାକିସ୍ତାନ ସେନା ପକ୍ଷରୁ ପ୍ରଥମେ ଗୁଳିମାଡ଼ ପରେ ଏହାର ମୁହଁତୋଡ଼ ଜବାବ ଦେଉଛି ଭାରତ ।
ପାକିସ୍ତାନ, ଭାରତ ମଧ୍ୟରେ ଯୁଦ୍ଧ ଲାଗିବାକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ବାଂଲାଦେଶର ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି । ଦେଶର ପୂର୍ବତନ ଆର୍ମି ଅଫିସର ତଥା ମୁଖ୍ୟ ପରାମର୍ଶ ଦାତା ମହମ୍ମଦ ୟୁନୁସଙ୍କ ଖାସ ସହଯୋଗୀ ଭାରତକୁ ନାଲି ଆଖି ଦେଖାଇଛନ୍ତି ।
ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ବାଂଲାଦେଶ ଚାଇନା ସହ ମିଶି ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଦଖଲ କରିବ । ଅବସରପ୍ରାପ୍ତ ମେଜର ଜେନେରାଲ ଆଲମ ଫଜଲୁର ରହମାନ ସୋସିଆଲ ମିଡିଆରେ ଏ ପ୍ରକାର ପୋଷ୍ଟ ଶେୟାର କରିଛନ୍ତି ।
ରହମାନଙ୍କ ମନ୍ତବ୍ୟକୁ ନେଇ ବାଂଲାଦେଶର ମଧ୍ୟବର୍ତ୍ତୀ ସରକାର ସ୍ପଷ୍ଠୀକରଣ ଜାରି କରିଛନ୍ତି । ଫେସବୁକ୍ ପୋଷ୍ଟ ଜରିଆରେ ରହମାନ କହିଛନ୍ତି, ଭାରତ ପାକିସ୍ତାନ ଉପରେ ଆକ୍ରମଣ କଲେ ଚାଇନ ସାହ ମିଶି ବାଂଲାଦେଶ ଭାରତର ୭ ରାଜ୍ୟକୁ ଦଖଲ କରିବ ।
ରହମାନଙ୍କ ମନ୍ତବ୍ୟକୁ ନେଇ ଶୁକ୍ରବାର ବାଂଲାଦେଶ ମଧ୍ୟବର୍ତ୍ତୀ ସରକାର ଏକ ବିଜ୍ଞପ୍ତି ଜାରି କରିଛି, ଯେଉଁଥିରେ କୁହାଯାଇଛି, ରହମାନଙ୍କ ମନ୍ତବ୍ୟକୁ ନେଇ ଦେଶରେ କୌଣସି ପ୍ରକାର ପଲିସି ନାହିଁ । ସରକାର ଏହାକୁ ଆଦୌ ସମର୍ଥନ କରୁ ନାହାନ୍ତି ।
ସେପଟେ ଏଲଓସିରେ ଏମର୍ଜେନ୍ସି ପରିସ୍ଥିତି ଉପୁଜିଥିବା କୁହାଯାଉଛି । କାରଣ ଏଲଓସିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସ୍ଥାନେ ସ୍ଥାନେ ଯୁଦ୍ଧ ସାଇରନ୍ ଲାଗଯାଇଛି ।