fbpx

ରୋହିତଙ୍କ ଚକ୍ରବ୍ୟୁହରେ ଫସିଲା ବାଂଲାଦେଶ ଟିମ୍: ମାତ୍ର ୧୪୯ ରନରେ ଫେରିଲା ଦଳ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି । ବ୍ୟାଟିଂ ପରେ ବୋଲିଂରେ ମଧ୍ୟ କଡ଼ା ଚ୍ୟାାଲେଞ୍ଜ ଦେଇଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ୩୩୯ ରନ୍ କରିବା ପରେ ବାଂଲାଦେଶକ ମାତ୍ର ୧୪୯ ରନରେ ଅଲଆଉଟ୍ କରିବାରେ ଦଳ ସଫଳ ହୋଇଛି । ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ୪ଟି ୱିକେଟ ହାସଲ କରି ବାଂଲାଦେଶର ବ୍ୟାଟିଂ ବିଭାଗକୁ ଧୂଳିସାତ୍ କରି ଦେଇଛନ୍ତି । ଏହାବ୍ୟତୀତ ଦଳର ଅନ୍ୟ ବୋଲର ମଧ୍ୟ କମାଲ ବୋଲିଂ କରି ବାଂଲାଦେଶକୁ ମାତ୍ର ୧୪୯ରନରରେ ଅଟକାଇ ଦେଇଛନ୍ତି । ପାକିସ୍ତାନକୁ ଚକମା ଦେଇ ଆସିଥିବା ବାଂଲାଦେଶ ସେନା ଭାରତ ଆଗରେ ବିଭତ୍ସ ଦେଖାଯାଇଛି ।

ପ୍ରଥମେ ବ୍ୟାଟିଂ କରି ଭାରତ ୩୩୯ ରନ୍ କରିଥିଲା । ରବିଚନ୍ଦ୍ରନ ଅଶ୍ୱୀନଙ୍କ ବିସ୍ଫୋରକ ଶତକ ଏବଂ ସାର୍ ରବିନ୍ଦ୍ର ଜାଡେଜାଙ୍କ ଦମଦାର ଇନିଂସ ବାଂଲାଦେଶ ବିପକ୍ଷରେ ଏକ ଲଢୁଆ ସ୍କୋର ଠିଆ କରିଥିଲା । ତେବେ ଦ୍ୱିତୀୟ ଦିନର ଖେଳା ଆରମ୍ଭ ପରେ ଭାରତ ୩୩୯ ରନରେ ଅଲ ଆଉଟ ହୋଇଥିବା ବେଳେ ବ୍ୟାଟିଂ କରିଥିଲା ବାଂଲାଦେଶ । ତେବେ ପାକିସ୍ତାନକୁ କ୍ଲିନ ସ୍ୱିପ କରିଥିବା ବାଂଲାଦେଶ ଭାରତୀୟ ପିଚରେ କଡ଼ା ସଂଘର୍ଷ କରୁଥିବା ଦେଖାଯାଇଛି । ମାତ୍ର ୧୪୯ ରନରେ ଟିମ ଇଣ୍ଡିଆ ବାଂଲାଦେଶକୁ ଅଲ ଆଉଟ କରିବାରେ ସଫଳ ହୋଇଛି । ବ୍ୟାଟିଂ ପରେ ଟିମ ଇଣ୍ଡିଆ ବୋଲିଂରେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି । ଫଳରେ ୧୯୦ ରନ ଅଗ୍ରଣୀ ରହିପାରିଛି ରୋହିତ ସେନା ।

ଅନ୍ୟପକ୍ଷରେ ଭାରତର ଷ୍ଟାର ବୋଲର ତଥା ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ବାଂଲାଦେଶର ବ୍ୟାଟିଂ ଡିପାଟମେଣ୍ଟକୁ ଧୂଳିସାରତ୍ କରି ଦେଇଛନ୍ତି । ୧୧ ଓଭରରେ ୫୦ ରନ୍ ଦେଇ ୪ଟି ୱିକେଟ ନିଜ ନାମରେ କରିଛନ୍ତି ବୁମରାହ । ଏହାବ୍ୟତୀତ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ବ୍ୟାଟିଂ ପରେ ବୋଲିଂରେ କମାଲ କରି ଦେଖାଇଛନ୍ତି । ୮ ଓଭରରୁ ମାତ୍ର ୧୯ ରନ୍ ବ୍ୟୟ କରି ୨ଟି ସଫଳତା ନିଜ ନାମରେ କରିଛନ୍ତି ଜାଡେଜା । ଏହାବ୍ୟତୀତ ଷ୍ଟାର ବୋଲର ମହମ୍ମଦ ସିରାଜ ଏବଂ ଯୁବ ବୋଲର ଆକାଶ ଦୀପ୍ ମଧ୍ୟ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ତେବେ ଦ୍ୱିତୀୟ ଇନିଂସ ପାଇଁ ଭାରତ ପାଳି ଆରମ୍ଭ କରିଛି ।

Get real time updates directly on you device, subscribe now.