ନୂଆଦିଲ୍ଲୀ- ଆସନ୍ତା କାଲି ଖ୍ରୀଷ୍ଟମାସ । ଦେଶର ସବୁ ବ୍ୟାଙ୍କ ବନ୍ଦ ରହିବ । ଏଥିପାଇଁ ଆରବିଆଇ ତରଫରୁ ବ୍ୟାଙ୍କ ଛୁଟି ଘୋଷଣା ହୋଇଛି । ବରଂ ସୋମବାର ଠାରୁ କିଛି ରାଜ୍ୟରେ ବ୍ୟାଙ୍କ ଛୁଟି ଆରମ୍ଭ ହୋଇଯାଇଛି । ଖ୍ରୀଷ୍ଟମାସ ଇଭ ଅବସରରେ କୋହିମା, ଆଇଜଁଲରେ ଆରବିଆଇ ହଲିଡେ ଘୋଷଣା କରିଛି । ତେବେ ଖ୍ରୀଷ୍ଟମାସ ପାଇଁ କେତେ ଦିନ ବ୍ୟାଙ୍କ ବନ୍ଦ ଅଛି ଆସନ୍ତ ଜାଣିବା ।
୨୦୨୪ ସରିବାକୁ ଯାଉଛି ଓ ନୂଆ ବର୍ଷ ୨୦୨୫ ଆସୁଛି । ହାତରେ ସପ୍ତାହକର ସମୟ । ଏହି ସମୟରେ ବ୍ୟାଙ୍କରେ କୌଣସି କାମ ଥିଲେ, ଘରୁ ବାହାରିବା ଆଗରୁ ଥରେ ଆରବିଆଇର ଛୁଟି ଲିଷ୍ଟ ଦେଖିନେବା ଜରୁରୀ । ନହେଲେ ପରିଶ୍ରମ ତଥା ଟଙ୍କା ଖର୍ଚ୍ଚ କରି ବ୍ୟାଙ୍କକୁ ଯିବେ କିନ୍ତୁ ବ୍ୟାଙ୍କ ବନ୍ଦ ପାଇଁ ନିରାଶ ହୋଇ ଫେରିବେ । କାରଣ ସୋମବାରଠାରୁ ଆରମ୍ଭ ହୋଇଯାଇଛି ବ୍ୟାଙ୍କ ଛୁଟି ଓ ଖ୍ରୀଷ୍ଟମାସ ସେଲିବ୍ରେସନ ପାଇଁ ୨୭ ଡିସେମ୍ବର ଯାଏଁ ଏହି ଛୁଟି ଚାଲିବ ।
ଖ୍ରୀଷ୍ଟମାସ ଅବସରରେ ଆରବିଆଇ ତରଫରୁ ବିଭିନ୍ନ ରାଜ୍ୟର ଛୁଟି ତାଲିକା ଭିନ୍ନ ରହିଛି । ବିଭିନ୍ନ ରାଜ୍ୟରେ ୪ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏହା ୨୪ ଡିସେମ୍ବରକୁ କୋହିମା ଓ ଆଇଜଲ, ୨୫ରେ ସାରା ଦେଶରେ ବ୍ୟାଙ୍କ ଛୁଟି, ୨୬ରେ ଏଜଜାବଲ, କୋହିମା, ଶିଲଙ୍ଗରେ ବ୍ୟାଙ୍କ ବନ୍ଦ ହେବା ନେଇ ତାଲିକାରେ ଉଲ୍ଲେଖ ରହିଥିବା ବେଳେ ୨୭ରେ ଶିଲଙ୍ଗରେ ଛୁଟି ରହିବ ବ୍ୟାଙ୍କ ବୋଲି ଆରବିଆଇ ତାଲିକାରୁ ଜଣାପଡୁଛି ।
୨୮ରେ ଶନିବାର, ୪ର୍ଥ ଶନିବାର ଛୁଟି, ଓ ୨୯ ରବିବାର । ଏହା ପରେ ୩୦ ଡିସେମ୍ବରକୁ ୟୁ କିଆଙ୍ଗ ନଙ୍ଗବା ପାଇଁ ଶିଲଙ୍ଗରେ ଓ ୩୧ ଡିସେମ୍ବରକୁ ଗ୍ୟାଙ୍ଗଟକ ଓ ଏଜାବଲରେ ନ୍ୟୁ ଇୟର ଇଭ ପାଇଁ ବନ୍ଦ ହେବ ବ୍ୟାଙ୍କ । ବ୍ୟାଙ୍କ ଛୁଟିର ଲିଷ୍ଟ ଜାଣିବାକୁ ହେଲେ ଏହି ୱେବସାଇଟ https://rbi.org.in/Scripts/HolidayMatrixDisplay.aspx ଭିଜିଟ କରିବା ଜରୁରୀ ।