fbpx

SBIରୁ ICICI ପର୍ଯ୍ୟନ୍ତ, ‘ବ୍ୟାଙ୍କ ଲକର’ ପାଇଁ ବ୍ୟାଙ୍କଗୁଡିକ କେତେ ଚାର୍ଜ ନିଅନ୍ତି

ବ୍ୟାଙ୍କ ଲକରରେ ଅଧିକାଂଶ ଲୋକ ସୁରକ୍ଷା ପାଇଁ ଅଳଙ୍କାର, ମୂଲ୍ୟବାନ ସାମଗ୍ରୀ ଏବଂ ଆବଶ୍ୟକୀୟ ଦଲିଲ ଇତ୍ୟାଦି ରଖନ୍ତି । ଏହି ସର୍ଭିସ ପାଇଁ ଲକରର ଆକାର ଅନୁଯାୟୀ ବ୍ୟାଙ୍କ ଶୁଳ୍କ ଆଦାୟ କରିଥାଏ । କିଛି ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ଆଧାର କରି ଗ୍ରାହକଙ୍କୁ ଲକର ଅଫର କରନ୍ତି । ବିଭିନ୍ନ ବ୍ୟାଙ୍କର ଲକର ଅନୁଯାୟୀ ସେମାନଙ୍କ ଚାର୍ଜ ବିଷୟରେ ଆସନ୍ତୁ ଜାଣିବା …

SBI:
ଆକାର ଏବଂ ସହର ଆଧାରରେ ଏସବିଆଇ ଲକରଗୁଡିକ ୫୦୦ ରୁ ୩୦୦୦ ଟଙ୍କା ଭିତରେ ମିଳିଯାଏ । ଛୋଟ, ମଧ୍ୟମ ଆକାର ଏବଂ ଆକାରର ବଡ଼ ଲକରଗୁଡିକ ପାଇଁ ମେଟ୍ରୋ ଏବଂ ସହରାଞ୍ଚଳରେ ଯଥାକ୍ରମେ ୨ ହଜାର, ୪ ହଜାର, ୮ ହଜାର ଏବଂ ୧୨ ହଜାରର ଶୁଳ୍କ ଆଦାୟ କରାଯାଏ । ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଛୋଟ, ମଧ୍ୟମ ଆକାର, ବଡ଼ ଏବଂ ଅତିରିକ୍ତ ବଡ଼ ଲକର ପାଇଁ ବ୍ୟାଙ୍କ ଯଥାକ୍ରମେ ୧୫୦୦, ୩୦୦୦, ୬୦୦୦ ଏବଂ ୯୦୦୦ ଟଙ୍କା ଚାର୍ଜ କରାଯାଏ ।

ICICI:-
ଆଇସିଆଇସିଆଇ ବ୍ୟାଙ୍କ ଏକ ବର୍ଷର ଲକର ଭଡା ଆଡଭାନ୍ସ ନେଇଥାଏ । ଆଇସିଆଇସିଆଇରେ ଏକ ଲକର ଖୋଲିବାକୁ ବେଳେ ଆପଣଙ୍କ ପାଖରେ ଏକ ବ୍ୟାଙ୍କ ଆକାଉଣ୍ଟ୍ ରହିବା ଜରୁରୀ । ବ୍ୟାଙ୍କରେ ଏକ ଛୋଟ ସାଇଜ୍ ଲକର ପାଇଁ ଆପଣଙ୍କୁ ୧,୨୦୦ ରୁ ୫୦୦୦ ଟଙ୍କା ଦେବାକୁ ପଡିବ । ସେହିପରି ବଡ଼ ସାଇଜ୍ ପାଇଁ ୧୦ ହଜାରରୁ ୨୨ ହଜାର ଟଙ୍କା ଚାର୍ଜ ରହିଛି । ଏହି ଚାର୍ଜରେ ଜିଏସ୍ଟି ଅଲଗା ରହିଛି ।

PNB:-
ପିଏନବିରେ ଯଦି ଆପଣ ଲକର ନିଅନ୍ତି, ତେବେ ଆପଣ ଗୋଟିଏ ବର୍ଷରେ ୧୨ ଥର ମାଗଣାରେ ପରିଦର୍ଶନ କରିପାରିବେ । ଅତିରିକ୍ତ ପରିଦର୍ଶନ ପାଇଁ ଆପଣଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ । ଗ୍ରାମାଞ୍ଚଳରେ ଲକରର ବାର୍ଷିକ ଭଡା ୧୨୫୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ । ସହରାଞ୍ଚଳ ଏବଂ ମେଟ୍ରୋ ସହରଗୁଡିକ ପାଇଁ ଏହି ଚାର୍ଜ ୨ ହଜାରରୁ ୧୦ ହଜାର ଟଙ୍କା ମଧ୍ୟରେ ରହିଛି ।

AXIS:-
ଆପଣ ଆକ୍ସିସ୍ ବ୍ୟାଙ୍କରେ ଏକ ମାସରେ ତିନୋଟି ମାଗଣା ଭିଜିଟ୍ କରିପାରିବେ । ମେଟ୍ରୋ କିମ୍ବା ସହରାଞ୍ଚଳ ଶାଖାରେ ଲକର ଚାର୍ଜ ୨,୭୦୦ ରୁ ଆରମ୍ଭ ହୋଇଥାଏ । ମିଡ୍ ସାଇଜ୍ ଲକର ପାଇଁ ଏହି ଫି ୬,୦୦୦ ଟଙ୍କା ହୋଇଥିବାବେଳେ ବଡ଼ ଆକାର ଲକର ପାଇ ଶୁଳ୍କ ୧୦,୮୦୦ ରୁ ୧୨,୯୬୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

Get real time updates directly on you device, subscribe now.