fbpx

ଚଳନ୍ତା ଟ୍ରକରେ ବାନ୍ଧିଦେଲେ ଯୁବକଙ୍କୁ, ମୋବାଇଲ ଚୋରି କରିଥିଲେ ବୋଲି ମିଳିଲା ଏମିତି ଦଣ୍ଡ ?

ଭୁଲିଗଲେ ମାନବିକତା… ମୋବାଇଲ ଚୋରିକୁ ନେଇ ଦେଲେ ଅମାନୀବୟ ଦଣ୍ଡ… ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ଟ୍ରକ୍ ଇଞ୍ଜିନରେ ବାନ୍ଧି ଟ୍ରକ ଚଳାଇଲେ, ଆଉ ଜୋତାମାଳ ବି ପିନ୍ଧାଇଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚଣ୍ଡିଖୋଲ-ପାରାଦୀପ ୫ ନମ୍ବର ଜାତୀୟ ରାଜପଥର ଭୂତମୁଣ୍ଡାଇ ନିକଟରେ । ଆଉ ଏହି ଭିଡିଓକୁ ଦେଖିଲେ ଟାଙ୍କୁରି ଉଠିବ ଲୋମ ।

ସୂଚନା ଅନୂଯାୟୀ, ଯୁବକ ଜଣକ ମୋବାଇଲ ଚୋରି କରିଥିବା ନେଇ ଅଭିଯୋଗ କରି ଏପରି ଦଣ୍ଡ ଦିଆଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଯୁବକଟି ମୋବାଇଲ ଚୋରି କରିଥଲା ତେବେ ତାକୁ ପୋଲିସରେ ନଦେଇ ଦଣ୍ଡ ଦେବାକୁ ଡ୍ରାଇଭରଙ୍କୁ ଅଧିକାର ଦେଲା କିଏ ? ଏହା କ’ଣ ମାନବିକତା । କୁହାଯାଉଛି ଏହି ଭିଡିଓ ୩-୪ ତଳର । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.