fbpx
BSKY
BJD MS SKY
BJD YOUTH SKY

ଓଡ଼ିଶାରେ ୩୬ ନମୁନାରୁ ୨୬ ଟମାଟୋ ଫ୍ଲୁ ବା HFMD ଚିହ୍ନଟ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟମାଟୋ ଫ୍ଲୁ ବା HFMD ଆକ୍ରାନ୍ତଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ମୋଟ ୩୬ ନମୁନାରୁ ୨୬ ଏଚଏଫଏମଡି ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସେ କହିଛନ୍ତି ।

ତାଙ୍କ କହିବା ମୁତାବକ, ୩୬ ଜଣ ସନ୍ଦିଗ୍ଧଙ୍କ ନମୁନା ଆରଏମଆରସିକୁ ପଠାଯାଇଥିଲା । ସେହି ନମୁନା ମଧ୍ୟରୁ ୨୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ୨୬ରୁ ଭୁବନେଶ୍ୱରରୁ ୧୯, ଖୋର୍ଦ୍ଧାରୁ ୨, ପୁରୀରୁ ୩ ଓ କଟକରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୨୬ ଶିଶୁଙ୍କ ବୟସ ୯ ବର୍ଷରୁ କମ୍ ଥିବା ସେ କହିଛନ୍ତି । ଏହା ସହ ବିଜୟ ମହାପାତ୍ର କହିଛନ୍ତି ଯେ, ‘ହାତ ଓ ମୁହଁରେ ନାଲି ଫଳି ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହି ରୋଗରେ ଆକ୍ରାନ୍ତ ଥିବା ପିଲାଙ୍କୁ ୫/୭ ଦିନ ଆଇସୋଲେସନରେ ରଖନ୍ତୁ ।’

ତେବେ ଟମାଟୋ ଫ୍ଲୁରେ ପିଲାମାନଙ୍କ ଚର୍ମରେ ଲାଲ୍ ଫୁଲା ଦେଖାଯାଏ । ବେଳେବେଳେ ଏହା ଟମାଟୋ ଆକାରରେ ଦେଖାଯାଇଥାଏ । ଏହି କାରଣରୁ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଉଛି । ଟମାଟୋ ଫ୍ଲୁ ଏକ ସଂକ୍ରାମକ ରୋଗ ଯାହା ଛୁଇଁବା ଦ୍ବାରା ବ୍ୟାପିଥାଏ । ଯଦି ଆପଣଙ୍କ ଚାରିପାଖରେ କୋହି ଏହି ରୋଗରେ ପୀଡିତ ଅଛନ୍ତି ତେବେ ତାଙ୍କଠାରୁ ଦୂରତା ରକ୍ଷା କରନ୍ତୁ । ବିଶେଷ କରି ପିଲାମାନଙ୍କୁ ଏହି ଫ୍ଲୁ ରୋଗୀଙ୍କ ନିକଟକୁ ଆସିବାକୁ ଦିଅନ୍ତୁ ନାହିଁ ।

ଚର୍ମରେ ଲାଲ୍ ରଙ୍ଗର ଫୁଲା, ଚର୍ମରେ ଉତ୍ତେଜନା, ଗଣ୍ଠି ଯନ୍ତ୍ରଣା ହେବା , ନାକରୁ ପାଣି ବୋହିବା, ଅତ୍ୟଧିକ ଜ୍ବର ହେବା , ପେଟ ଫୁଲିଯିବା, ବାନ୍ତି, କାଶ, ଶରୀର ଯନ୍ତ୍ରଣା, ଛିଙ୍କିବା, ଡାଇରିଆ, ଥକ୍କାପଣ ଆଦି ଏହି ଫ୍ଲୁର ଲକ୍ଷଣ ହୋଇଥାଏ । ଏହି ଟମାଟୋ ଫ୍ଲୁରୁ ରକ୍ଷା ପାଇବା ପାଇଁ ଆପଣଙ୍କ ଘର ଭିତର ଏବଂ ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ । ନିମ୍ବ ପାତ୍ରରେ ବାରମ୍ବାର ଝାଡ଼ନ୍ତୁ | ଯଦି ଶିଶୁର ଶରୀରରେ ଲାଲ ରଙ୍ଗର ଦାଗ ହୋଇଯାଏ ତେବେ ତାଙ୍କୁ କୁଣ୍ଡେଇ ବାକୁ ଦିଅନ୍ତୁନାହିଁ । ସେସମୟରେ ବି ନିମ୍ବ ପତ୍ର ବ୍ୟବହାର କରନ୍ତୁ | ଫ୍ଲୁ ସଂକ୍ରମିତଙ୍କଠାରୁ ନିଜ ପିଲାଙ୍କୁ ଯଥାସମ୍ଭବ ଦୂରେଇ ରଖନ୍ତୁ ଏବଂ ସେମାନଙ୍କ ଜିନିଷ ବ୍ୟବହାର କରନ୍ତୁନାହିଁ । ଗ୍ରୀଷ୍ମ ଋତୁରେ ପିଲାଙ୍କ ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ । ନିୟମିତ ବ୍ୟବଧାନରେ ଫଳ ରସ ପିଇବାକୁ ଦିଅନ୍ତୁ ।

Get real time updates directly on you device, subscribe now.