fbpx

RBIର ବଡ଼ ଘୋଷଣା: ଜାନୁଆରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡିତ ଏହି ନିୟମ, ସମସ୍ତ ଲୋକ ହେବେ ପ୍ରଭାବିତ

Advertisement

ନୂଆଦିଲ୍ଲୀ: ବ୍ୟାଙ୍କ ଲକରଗୁଡିକ ବିଷୟରେ ନୂଆ ବର୍ଷର ପ୍ରଥମ ଦିନରୁ ନୂଆ ନିୟମ ଲାଗୁ ହେବ । ଯଦି ଆପଣ ମଧ୍ୟ ବ୍ୟାଙ୍କ ଲକରରେ ସାମଗ୍ରୀ ରଖିଛନ୍ତି କିମ୍ବା ରଖିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଖବର । ଆରବିଆଇ ନିୟମ ଅନୁଯାୟୀ, ୧ ଜାନୁଆରୀ ୨୦୨୩ ରୁ ରିଜର୍ଭ ବ୍ୟାଙ୍କ ଲକର ସହ ଜଡିତ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଗ୍ରାହକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ଏହି ନିୟମରୁ ବ୍ୟାଙ୍କ ଗ୍ରାହକମାନେ ଏକ ବଡ଼ ଲାଭ ପାଇବେ ।

ଏହି ନିୟମ ଅନୁଯାୟୀ, ଯଦି ଲକରରେ ରଖାଯାଇଥିବା ସାମଗ୍ରୀର କିଛି କ୍ଷତି ହୁଏ, ତେବେ ବ୍ୟାଙ୍କକୁ ଏହାର କ୍ଷତିପୂରଣ ଦେବାକୁ ପଡିବ । କେବଳ ଏତିକି ନୁହେଁ, ଗ୍ରାହକମାନଙ୍କୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡ଼ିବ, ଯେଉଁଥିରେ ଲକର ବିଷୟରେ ସମସ୍ତ ତଥ୍ୟ ଦିଆଯିବ । ଏହା ସହିତ ବ୍ୟାଙ୍କ ଗ୍ରାହକମାନେ ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ବିଷୟରେ ସର୍ବଦା ଅପଡେଟ ରହିବେ ।

ଲକର ଚୁକ୍ତି ଆବଶ୍ୟକ :-
ନୂଆ ବର୍ଷ ଅର୍ଥାତ୍ ୧ ଜାନୁଆରୀ ୨୦୨୩ ପୂର୍ବରୁ ଲକର ମାଲିକମାନଙ୍କୁ ଏକ ଚୁକ୍ତିନାମା କରିବାକୁ ପଡ଼ିବ ଏବଂ ଏଥିପାଇଁ ସେମାନଙ୍କ ପାଇଁ ଯୋଗ୍ୟ ହେବା ଆବଶ୍ୟକ । ଚୁକ୍ତି କରିବାକୁ ନେଇ ଗ୍ରାହକଙ୍କୁ ବ୍ୟାଙ୍କ ପକ୍ଷରୁ ମେସେଜ୍ ମଧ୍ୟ ପଠାଯାଉଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ମଧ୍ୟ ନିଜ ଗ୍ରାହକଙ୍କୁ ଆଲର୍ଟ ପଠାଉଛି ଯେଉଁଥିରେ ଲେଖା ଅଛି ଯେ ‘ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ନୂଆ ଲକର ଚୁକ୍ତିନାମା ୩୧ ଡିସେମ୍ବର ୨୦୨୨ ପୂର୍ବରୁ କାର୍ଯ୍ୟକାରୀ କରିବାକୁ ପଡିବ ।’

ଆରବିଆଇର ନୂଆ ନିୟମ ଅନୁଯାୟୀ, ଏବେ ଗ୍ରାହକମାନେ ଏକ ବଡ଼ ଫାଇଦା ମିଳିବ । ଯଦି ବ୍ୟାଙ୍କର ଅବହେଳା ଯୋଗୁଁ ଲକରରେ ରଖାଯାଇଥିବା ସାମଗ୍ରୀକୁ କ୍ଷତି ପହଞ୍ଚେ, ତେବେ ବ୍ୟାଙ୍କକୁ କ୍ଷତିପୂରଣ ଦେବାକୁ ପଡ଼ିବ । ଅର୍ଥାତ୍ ନୂଆ ନିୟମ ଅନୁସାରେ, ବ୍ୟାଙ୍କର ଦାୟିତ୍ୱ ବଢ଼ିଯାଇଛି । କେବଳ ଏତିକି ନୁହେଁ, ବ୍ୟାଙ୍କ କର୍ମଚାରୀଙ୍କ ଠକେଇ ଯୋଗୁଁ ହୋଇଥିବା କ୍ଷତି ପାଇଁ ବ୍ୟାଙ୍କ ମଧ୍ୟ କ୍ଷତିପୂରଣ ଦେବ ।

କେବେ କ୍ଷତିପୂରଣ ମିଳିବ ନାହିଁ :-

ବର୍ତ୍ତମାନ ପ୍ରଶ୍ନ ଉଠୁଛୁ କି, କେଉଁ ପରିସ୍ଥିତିରେ ଗ୍ରାହକ କ୍ଷତିପୂରଣ ପାଇବେ ନାହିଁ । ନୂଆ ନିୟମ ଅନୁଯାୟୀ ବଜ୍ରପାତ, ଯଦି ଭୂକମ୍ପ, ବନ୍ୟା, ଝଡ଼ ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ, ଗ୍ରାହକଙ୍କ ଦୋଷ କିମ୍ବା ଅବହେଳା ଯୋଗୁଁ ଲକରରେ ରଖାଯାଇଥିବା ସାମଗ୍ରୀର କୌଣସି କ୍ଷତି ହୁଏ, ତେବେ ବ୍ୟାଙ୍କ ଏଥିପାଇଁ ଦାୟୀ ରହିବ ।

Get real time updates directly on you device, subscribe now.