fbpx

ବ୍ୟାଙ୍କରେ ଚାକିରି କରିବାକୁ ଚାହାଁନ୍ତି କି ? Bank of Barodaରେ ବାହାରିଲା ନିଯୁକ୍ତି, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ବଡ଼ ଖବର । ବ୍ୟାଙ୍କ ଅଫ ବରୋଦାରେ ଚୁକ୍ତିଭିତ୍ତିକ ଆଧାରରେ ପଦବୀ ଖାଲିପଡିଛି। ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ bankofboroda.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୯ ନଭେମ୍ବର ୨୦୨୨ ରହିଛି।

ପଦବୀ ବିବରଣୀ : ୬୦

ସିନିଅର ଡେପଲପର : ୧୬

ଡେଭଲପର : ୧୯

ଡେଭଲପର (ମୋବାଇଲ ଆପ୍ଲିକେସନ) : ୬

କ୍ୱାଲିଟି ଇନ୍ସୋରାନ୍ସ ଇଂଜିନିୟର୍ସ : ୬

ଜୁନିଅର କ୍ୱାଲିଟି ଇନ୍ସୋରାନ୍ସ ଇଂଜିନିୟର୍ସ: ୫

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୯ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ଉଚ୍ଚ ଶିକ୍ଷା ସଂସ୍ଥାରୁ କମ୍ପ୍ୟୁଟର ସାଇନ୍ସ କିମ୍ବା ଆଇଟିରେ BE/B.tech ଡିଗ୍ରୀ ରଖିଥିବା ଜରୁରୀ। ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଅଭିଜ୍ଞତା ଜରୁରୀ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ସର୍ଟ ଲିଷ୍ଟ ଏବଂ ପର୍ସନାଲ ଇଣ୍ଟରଭ୍ୟୁ କିମ୍ବା କୌଣସି ଅନ୍ୟ ଚୟନ ପ୍ରକ୍ରିୟା ଆଧାରରେ କରାଯିବ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ, EWS ଏବଂ ଓବିସି ପ୍ରାର୍ଥୀ ୬୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ସେହିପରି ଅନୁସୂଚିତ ଜାତି/ଜନଜାତି, PWD ମାତ୍ର ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବେ।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟ bankofbaroda.in କୁ ଯାଆନ୍ତୁ।

ହୋମ ପେଜକୁ ଯାଇ “Current Opportunities” ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ।

ତା’ ପରେ ଆପ୍ଲାଏ ନାଓ ଲିଙ୍କ ଉପରେ କ୍ଲିକ କରନ୍ତୁ।

ସମସ୍ତ ଜରୁରୀ ବିବରଣୀ ପୂରଣ କରନ୍ତୁ।

ଯେଉଁ ପଦରେ ଆବେଦନ କରିବାକୁ ଚାହୁଁଛନ୍ତି, ଫର୍ମରେ ନାଁ ଭରନ୍ତୁ।

ଆବେଦନ ଫିସ୍‌ ଜମା କରନ୍ତୁ।

ଫର୍ମ ସବମିଟ୍‌ କରିବା ପୂର୍ବରୁ ସବୁକିଛି ଭଲଭାବେ ଚେକ୍‌ କରିନିଅନ୍ତୁ।

ତା’ ପରେ ଫର୍ମ ସବୁମିଟ୍‌ କରନ୍ତୁ।

ଭବିଷ୍ୟ ପାଇଁ ପ୍ରିଣ୍ଟଆଉଟ୍‌ ରଖିଦିଅନ୍ତୁ।

Get real time updates directly on you device, subscribe now.