fbpx
BJD
BJD SKY
BJD SKY

ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ: ଚେକ୍ କରନ୍ତୁ ଛୁଟି ଲିଷ୍ଟ୍

BJD

ନୂଆଦିଲ୍ଲୀ; ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ମାସ ଶେଷ ହେବାକୁ ଯାଉଛି ଏବଂ କିଛି ମାସ ମଧ୍ୟରେ ନୂଆ ମାସ ଆରମ୍ଭ ହେବ । ଏଭଳି ପରିସ୍ଥିତିରେ ମେ ମାସ ଆରମ୍ଭ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ ମାସରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ବ୍ୟାଙ୍କ ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଟଙ୍କା କାରବାର, ଡିମାଣ୍ଡ ଡ୍ରାଫ୍ଟ, ଚେକ୍ ଜମା କରିବା ଭଳି ଅନେକ କାର୍ଯ୍ୟ ପାଇଁ ବ୍ୟାଙ୍କ ଆବଶ୍ୟକ ହୋଇଥାଏ । ଯଦି ବ୍ୟାଙ୍କରେ ଛୁଟି ଥାଏ, ତେବେ ଗ୍ରାହକଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅନେକ ଥର ଅଟକିଯାଏ । ଯଦି ଆପଣଙ୍କୁ ମେ ମାସରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି, ତେବେ ଆପଣ ଏହି ମାସର ବ୍ୟାଙ୍କ ଛୁଟି ଲିଷ୍ଟ ଅବଶ୍ୟ ଦେଖନ୍ତୁ ।

ମେ ୨୦୨୩ ରେ ବହୁତ ବ୍ୟାଙ୍କ ଛୁଟି ଅଛି । ପର୍ବ, ଜୟନ୍ତୀ ଇତ୍ୟାଦି କାରଣରୁ ବ୍ୟାଙ୍କଗୁଡିକରେ ସମୁଦାୟ ୧୨ ଦିନ ଛୁଟି ରହିବ । ଏଥିରେ ଶନିବାର ଏବଂ ରବିବାର ଛୁଟି ମଧ୍ୟ ସାମିଲ ରହିଛି । ମେ ମାସରେ ମହାରାଷ୍ଟ୍ର ଦିବସ, ବୁଦ୍ଧ ପୂର୍ଣ୍ଣିମା, ମହାରାଣା ପ୍ରତାପ ଜୟନ୍ତୀ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦିବସ ରହିଛି । ଏହି କାରଣରୁ ବିଭିନ୍ନ ରାଜ୍ୟରେ ଅନେକ ଦିନ ଧରି ବ୍ୟାଙ୍କଗୁଡିକରେ କୌଣସି କାର୍ଯ୍ୟ ହେବ ନାହିଁ । ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ରାଜ୍ୟ ବ୍ୟାଙ୍କ ଛୁଟି ଲିଷ୍ଟ ଅଲଗା ଅଲଗା ହୋଇଥାଏ । ରାଜ୍ୟଗୁଡିକ ଅନୁଯାୟୀ ମେ’ରେ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା ବିଷୟରେ ଆସନ୍ତୁ ଜାଣିବା…

ମେ ୨୦୨୩ ରେ ବ୍ୟାଙ୍କଗୁଡିକ କେତେ ଦିନ ବନ୍ଦ ରହିବ :-
୧ ମେ’ ୨୦୨୩- ମହାରାଷ୍ଟ୍ର ଦିବସ / ମେ ଦିବସ କାରଣରୁ ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଗୁଆହାଟୀ, ହାଇଦ୍ରାବାଦ, କୋଚି, କୋଲକାତା, ମୁମ୍ବାଇ, ନାଗପୁର, ପାଣଜୀ, ପାଟନା ଏବଂ ତ୍ରିୱେନ୍ଦ୍ରମରେ ବ୍ୟାଙ୍କ ବନ୍ଦ ରହିବ ।

୫ ମେ’ ୨୦୨୩- ବୁଦ୍ଧ ପୂର୍ଣ୍ଣିମା କାରଣରୁ ଅଗରତାଲା, ଆଇଜାୱଲ, ବେଲାପୁର, ଭୋପାଳ, ଚଣ୍ଡିଗଡ଼, ଦେହରାଡୁନ୍, ଜାମ୍ମୁ, କାନପୁର, କୋଲକାତା, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ଶିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।

୭ ମେ’ ୨୦୨୩- ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ ।

୯ ମେ’ ୨୦୨୩- ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ବାର୍ଷିକୀ ହେତୁ କୋଲକାତାରେ ବ୍ୟାଙ୍କ ବନ୍ଦ ରହିବ ।

୧୩ ମେ’ ୨୦୨୩- ଦ୍ୱିତୀୟ ଶନିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ ।

୧୪ ମେ’ ୨୦୨୩- ରବିବାର କାରଣରୁ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୧୬ ମେ’ ୨୦୨୩- ରାଜ୍ୟସ୍ତରୀୟ ଦିନ ହେତୁ ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୨୧ ମେ’ ୨୦୨୩- ରବିବାର କାରଣରୁ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୨୨ ମେ’ ୨୦୨୩- ମହାରାଣା ପ୍ରତାପ ଜୟନ୍ତୀ କାରଣରୁ ଶିମଲାରେ ବ୍ୟାଙ୍କ ବନ୍ଦ ରହିବ ।

୨୪ ମେ’ ୨୦୨୩- କାଜି ନଜରୁଲ ଇସଲାମ ଜୟନ୍ତୀଙ୍କ ପାଇଁ ତ୍ରିପୁରାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୨୭ ମେ’ ୨୦୨୩- ଚତୁର୍ଥ ଶନିବାର ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୨୮ ମେ’ ୨୦୨୩- ରବିବାର କାରଣରୁ ସମଗ୍ର ଦେଶରେ ବ୍ୟାଙ୍କ ଛୁଟି ହେବ ।

Get real time updates directly on you device, subscribe now.