ମୋଦୀ ନେଇପାରନ୍ତି ବଡ଼ ଆକ୍ସନ, ଆମେରିକାରେ ଭାଙ୍ଗିଦେଲେ ହିନ୍ଦୁ ମନ୍ଦିର

ଆମେରିକା: ନିକଟରେ ଏକ ଖବର ସାମ୍ନାକୁ ଆସିଥିଲା। କି ଜଣେ ଭାରତୀୟ ମହିଳାଙ୍କୁ ଆମେରିକାରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ ଦୁର୍ବୃତ୍ତ। ଗତବର୍ଷ ମଧ୍ୟ ଭାରତୀୟଙ୍କୁ ଆମେରିକାରେ ହତ୍ୟା କରାଯାଇଥିଲା। ଆଉ ଏବେ ପୁରା ହିନ୍ଦୁଙ୍କ ମନକୁ କୁଠାର ଘାତ ହୋଇଛି। କାରଣ ଆମେରିକାରେ ହିନ୍ଦୁ ମନ୍ଦିରକୁ ଭାଙ୍ଗିଦେଇଛନ୍ତି।

ହଁ ଆମେରିକାର କାଲିଫର୍ଣ୍ଣିଆର ଚିନୋ ହିଲ୍ସରେ ଥିବା ବୋକାସାନୱାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସନ୍ଥ (BAPS) ଙ୍କ ମନ୍ଦିରକୁ ଅଜ୍ଞାତ ବ୍ୟକ୍ତିମାନେ ଭଙ୍ଗାରୁଜା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ମନ୍ଦିର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।

ଆମେରିକାରେ ହିନ୍ଦୁଙ୍କ ପ୍ରତି ହିଂସା: ଏମିତି ଅନେକ ଥର ଦେଖିବାକୁ ମିଳିଲାଣି ଭାରତୀୟମାନଙ୍କ ଉପରେ ଆମେରିକାରେ ଅତ୍ୟାଚାର ହେଉଛି। ହେଲେ ଏହା କମିବା ବଦଳରେ ବଢି ବଢି ଯାଉଛି। ଆଉ ଏବେ ପୁରା ହିନ୍ଦୁ ସମାଜର ଆରାଧ୍ୟ ଦେବତାଙ୍କ ମନ୍ଦିରକୁ ଭଙ୍ଗାରୁଜା କରିଦେଇଛନ୍ତି।

‘ଏକ୍ସ’ରେ ଏକ ପୋଷ୍ଟ କରି ମନ୍ଦିର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ,

“ଏଥର କାଲିଫର୍ଣ୍ଣିଆର ଚିନୋ ହିଲ୍ସ ଥିବା ମନ୍ଦିରରେ କିଛି ଅଜଣା ବ୍ୟକ୍ତି ଭଙ୍ଗାରୁଜା କରିବା ସହ ମନ୍ଦିରକୁ ଅପବିତ୍ର କରିଛନ୍ତି। ହିନ୍ଦୁ ସମ୍ପ୍ରଦାୟ ଘୃଣା ବିରୁଦ୍ଧରେ ଦୃଢ ଭାବରେ ଠିଆ ହୋଇଛି। ତେଣୁ ଏହି ଘଟଣା ପରେ ତଦନ୍ତ କରିବାକୁ ମନ୍ଦିର କର୍ତ୍ତୃପକ୍ଷ ଦାବି କରିଛନ୍ତି।

ପୂର୍ବରୁ ମଧ୍ୟ ହୋଇଥିଲା: ଆମେରିକାରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିବା ଘଟଣା ପ୍ରଥମ ନୁହେଁ। ଗତ କିଛି ବର୍ଷ ମଧ୍ୟରେ ପାଖାପାଖି ୧୦ଟି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯାଇଥିବା ଏହି ପୋଷ୍ଟରେ କୁହାଯାଇଛି।

“ସେପ୍ଟେମ୍ବରରେ କାଲିଫର୍ନିଆର ସାକ୍ରାମେଣ୍ଟୋରେ ଥିବା ଏକ ହିନ୍ଦୁ ମନ୍ଦିର କାନ୍ଥରେ ଲେଖା ଯାଇଥିଲା ଯେ ‘ହିନ୍ଦୁମାନେ ଫେରିଯାଅ!” ସେହିପରି ଏହାର ୧୦ ଦିନ ପୂର୍ବରୁ ନ୍ୟୁୟର୍କର ମେଲାବିଲେରେ ଥିବା ସ୍ଵାମୀନାରାୟଣ ମନ୍ଦିରରେ ମଧ୍ୟ କିଛି ଅଜଣା ବ୍ୟକ୍ତି ପଶି ଭଙ୍ଗାରୁଜା କରିଥିଲେ |

ଏହା ସହ ହିନ୍ଦୁବିରୋଧୀ ନାରା ଲେଖିଥିଲେ। ତେବେ ନ୍ୟୁୟର୍କରେ ଥିବା  କନସୁଲେଟ୍ ଜେନେରାଲ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। କିନ୍ତୁ ଏବେ ପୁଣିଥରେ ସମାନ ଘଟଣା ଦେଖିବାକୁ ମିଳିଛି। ଚର୍ଚ୍ଚା ହେଉଛି ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ବଡ଼ ଆକ୍ସନ ନେଇପାରନ୍ତି।