fbpx

ବାର୍ଜ ଜାହାଜରୁ ନିଖୋଜଙ୍କ ସମ୍ପର୍କରେ ସୂଚନା ଦେଉନି Afcon କମ୍ପାନି

ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ବାଇ: ଆରବ ସାଗରରୁ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ବାତ୍ୟା ତଉକ୍ତେ ସାଜିଲା କାଳ । ଏଥିପାଇଁ ଦୁର୍ଘଟଣାର ସମ୍ମୁଖୀନ ହେଲା ଜାହାଜ ବାର୍ଜ-୩୦୫ ଏବଂ ବିପଦରେ ପଡ଼ିଗଲେ ମୋଟ ୨୬୧ ଯାତ୍ରୀ । ସେମାନଙ୍କ ମଧ୍ୟରୁ ୧୮୮ ଜଣଙ୍କୁ ସେନାବାହିନୀ ସୁରକ୍ଷିତ ଉଦ୍ଧାର କରିପାରିଛନ୍ତି । ୩୭ ଜଣଙ୍କ ମୃତଦେହ ଠାବ ହୋଇଥିବାବେଳେ ୩୬ ଜଣଙ୍କ ପତ୍ତା ମିଳିନାହିଁ । ତେବେ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ସମ୍ପୃକ୍ତ କମ୍ପାନି ଆଫକନ୍ (Afcon) କିମ୍ବା ପ୍ରଶାସନ କୌଣସି ସୂଚନା ଦେଉନାହିଁ । ଫଳରେ ଆପଣାର ଲୋକଙ୍କ ପାଇଁ ଅନେକ ପରିବାର ଡହଳବିକଳ ହେଉଛନ୍ତି । ଆଖିରୁ ଶୁଖୁନି ଲୁହ କି ସମ୍ଭାଳି ପାରୁନାହାନ୍ତି କୋହ।

କମ୍ପାନି ଦେଉନି ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା

ନିଜ ଲୋକଙ୍କ ନିଖୋଜ ହେବା ପରଠୁ ସେମାନଙ୍କ ପରିବାର ସଦସ୍ୟ ବହୁ କାକୁତି ମିନତି ହେଉଛନ୍ତି । କିନ୍ତୁ ସେମାନଙ୍କ ଗୁହାରୀ କେହି ଶୁଣୁନାହାନ୍ତି । ସେହିଭଳି ଉନ୍ମେତି ମୋହନ ୱାମସୀ କୃଷ୍ଣା ଓ ରାଧେଶ୍ୟା ଠାକୁର ମଧ୍ୟ ଆଫକନ୍ କମ୍ପାନିରେ କାର୍ଯ୍ୟରତ ଥିବାବେଳେ ବାର୍ଜ ଜାହାଜର ଦୁର୍ଘଟଣା ପରଠୁ ନିଖୋଜ ଅଛନ୍ତି । ସେମାନଙ୍କ ପରିବାର ଲୋକେ ଆଫକନ୍ ଏବଂ ଓଏନଜିସି ପକ୍ଷରୁ ଜାରି ହୋଇଥିବା ହେଲ୍ପ ଲାଇନ୍ ନମ୍ବରରେ ବାରମ୍ବାର ଯୋଗାଯୋଗ କରୁଥିଲେ ମଧ୍ୟ କୌଣସି ସୂଚନା ଦିଆଯାଉନଥିବା ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ବାର୍ଜ କ୍ୟାପଟେନ ବଲବିନ୍ଦର ସିଂଙ୍କ ଅଦୂରଦର୍ଶିତା ଓ ଦାୟିତ୍ୱହୀନତା ପାଇଁ ଏତେବଡ଼ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି ଜାହାଜର ମୁଖ୍ୟ ଯନ୍ତ୍ରୀ ରହମାନ ଶେଖ୍ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.