fbpx

ମା, ଝିଅ ଓ ପୁଅକୁ ଗୋଡାଇ ଗୋଡାଇ କାମୁଡ଼ିଲା ବାରହା

Advertisement

ଝାରସୁଗୁଡ଼ା : ମଣିଷ ଜୀବନ ପାଣି ଫୋଟକା । କେତେବେଳେ ଯେ କଣ ଘଟି ଯିବ ତାହା କେହି କହି ପାରିବେ ନାହିଁ । ଜଙ୍ଗଲରେ ଗଛ କାଟି ଦେବା ହେତୁ ପ୍ରାୟତଃ ପଶୁମାନେ ପାଖାପାଖି ଥିବା ଗ୍ରାମ ଭିତରକୁ ପ୍ରବେଶ କରିଥାନ୍ତି । ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛିା ଝାରସୁଗୁଡା ସହରର କାପୁମାଲ ଗାଁରୁ, ଯେଉଁଠି ବାରହା ଆକ୍ରମଣରେ ୩ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗୁରବାର ସକାଳ ସମୟରେ ବାରହାଟି ଜଙ୍ଗଲରୁ ଆସି କାପୁମାଲ ଗାଁରେ ବୁଲୁଥିଲା । ବାରହାକୁ ଦେଖି ଗାଁରେ ଥିବା କୁକୁର ଦଳ ଭୁକିବା ଆରମ୍ଭ କରିଥିଲେ । ଯାହାଫଳରେ ବାରାହଟି ଦୌଡ଼ି ଆସି ଜଣଙ୍କ ଘରେ ପଶିଯାଇଥିଲା । ସେହି ଘରେ ଉପସ୍ଥିତ ଥିବା ମା, ଝିଅ ଓ ପୁଅକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା ।

ପରବର୍ତ୍ତୀ ସମୟରେ ଗାଁର ଲୋକ ମାନେ ବାରହାକୁ ପିଟି ମାରିଦେଥିବାର ଜଣାପଡ଼ିଛି । ବାରହା ଅକ୍ରମଣରେ ଗୁରୁତର ଅବସ୍ଥାରେ ଥିବା ମା, ପୁଅ ଓ ଝିଅକୁ ଝାରସୁଗୁଡା ଜିଲ୍ଲାର ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.