ବସନ୍ତ ପଞ୍ଚମୀ ରାତିରେ କରନ୍ତୁ ଏହି କାମ..ପ୍ରସନ୍ନ ହେବେ ମା ସରସ୍ବତୀ, ବର୍ଷସାରା ହେବନି ପକେଟ୍ ଖାଲି

ବିଦ୍ୟାଦାତ୍ରୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି କି? ଆଜି ରାତିରେ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଆଜି ପବିତ୍ର ବସନ୍ତ ପଞ୍ଚମୀ । ସାରା ଦେଶରେ ଆଜି ବିଦ୍ୟାଦାତ୍ରୀଙ୍କୁ ପୂଜା କରାଯାଉଛି । ଆଜିର ଦିନ କେବଳ ଦେବୀ ମା ସରସ୍ବତୀଙ୍କ ପାଇଁ ସମର୍ପିତ । ଜୋତିଷଶାସ୍ତ୍ର ଅନୁସାରେ, ଆଜି ରାତିରେ  ଏପରି କିଛି କାମ କଲେ ବର୍ଷସାରା କେବେ ବି ଧନର ଅଭାବ ରୁହେ ନାହିଁ ।

କୁହାଯାଏ ଯେ, ବସନ୍ତ ପଞ୍ଚମୀର ରାତି ଅତ୍ୟନ୍ତ ଦିବ୍ୟ ହୋଇଥାଏ । ଏହି କାରଣରୁ ଆଜି ରାତିରେ କିଛି ଚମତ୍କାରୀ ଉପାୟ ମାଲାମାଲ କରିଦେଇଥାଏ । ଆଜି ମା ସରସ୍ବତୀଙ୍କ ସହିତ ମା ଲକ୍ଷ୍ମୀଙ୍କର କୃପା ମିଳିଥାଏ ।

ଘରର ଉତ୍ତର ଦିଗରେ ମା ଲକ୍ଷ୍ମୀ ବସବାସ କରିଥାନ୍ତି । ଏହି ଦିଗରୁ ଆୟ ହୋଇଥାଏ ବୋଲି ବିବେଚନା କରାଯାଇଥାଏ । ଘରେ ରହିଥିବା ଧନକୁ ଏହି ଦିଗରେ ରହିଥିବା ଦ୍ବାରା ଧନ ବର୍ଷା ହୋଇଥାଏ ବୋଲି କୁହାଯାଇଥାଏ ।

ଆଜି ଓଁ ଏଁ ବାଗଦେବୀ ବିଘ୍ନୋୟୀ ଧୀମହୀ ମନ୍ତ୍ରୀକୁ 108 ଥର ଜପ କରନ୍ତୁ । ଆଜି ମାଙ୍କୁ ଫୁଲ ଏବଂ ଚାଉଳ ଅର୍ପଣ କରନ୍ତୁ । ଏହା ଦ୍ବାରା ବିଦ୍ୟାଦାତ୍ରୀ ଛୁଆକୁ ବିଦ୍ୟା ଦେଇଥାନ୍ତି ବୋଲି ବିବେଚନା କରାଯାଇଥାଏ ।

ବସନ୍ତ ପଞ୍ଚମୀକୁ ଶ୍ରୀପଞ୍ଚମୀ ମଧ୍ୟ କୁହାଯାଇଥାଏ । ଆଜିର ଆଜି ରାତିରେ କାଳୀଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ ।