fbpx

୨ ହଜାର କିମି ଉଡିଥିଲା OLYMPICS; ଶେଷରେ ବିଲେଇ ହାତରେ ପ୍ରାଣ ଗଲା

ନୂଆଦିଲ୍ଲୀ: ଅଲିମ୍ପିକ୍ସ ୨ ହଜାର କିମି ଉଡିଥିଲେ ମଧ୍ୟ ଶେଷରେ ବିଲେଇ ହାତରେ ପ୍ରାଣ ଯାଇଛି । ଆମେ କଥା ହେଉଛେ ଏକ ବିରଳ ବାଦୁଡି ସମ୍ପର୍କରେ । ଏହି ବାଦୁଡିର ଓଜନ ମାତ୍ର ୮ ଗ୍ରାମ ହୋଇଥିବା ବେଳେ ଏହାର ଆକାର ମାତ୍ର ଗୋଟିଏ ଆଙ୍ଗୁଠି ଭଳି । ଅଲିମ୍ପିକ ନାମକ ଏହି ବାଦୁଡିଟି ୨୦୦୦ କିମି ଯାତ୍ରା କରି ରେକର୍ଡ କରିଥିବା ବେଳେ ଗୋଟିଏ ବିଲେଇ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଶେଷ କରି ଦେଇଛି । ଏହି ଘଟଣାକୁ ନେଇ ପଶୁପ୍ରେମୀ ମାନେ ଦୁଃଖ ପ୍ରକାଶ କରିଛନ୍ତି ।

ଋଷ ଓ ଲଣ୍ଡନ ମଧ୍ୟରେ ୧୨୫୪ ମାଇଲ ଦୂରତ୍ୱ ଅତିକ୍ରମ କରିବା ପରେ ଏହି ବାଦୁଡିର ନାମ ଅଲିମ୍ପିକ୍ସ ରଖାଯାଇଥିଲା । ତେବେ ଋଷର ପସ୍କୋଭର ଏକ ଛୋଟ ଗାଁ ମୋଲଗିନୋରେ ଅଲିମ୍ପିକ୍ସକୁ ଆକ୍ରମଣ କରିଥିଲା ଏକ ବିଲେଇ । ଏହି ବିଲେଇ ଆକ୍ରମଣରେ ଗୁରୁତର ଅଲିମ୍ପିକ୍ସକୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ପ୍ରାଣବାୟୁ ଉଡି ଯାଇଥିଲା । ଏହି ସ୍ତନ୍ୟପାୟୀ ପ୍ରଜାତିର ପ୍ରାଣୀଟି ୨୦୧୬ ମସିହାରେ ଲଣ୍ଡନର ଲେକ କାଉଣ୍ଟି ପାର୍କରେ ଦେଖା ଯାଇଥିଲା । ଏହାର ପରରେ ଏକ ଚିହ୍ନ ଲଗାଯାଇଥିଲା, ଯେଉଁଥିରୁ ସେ ଋଷରେ ପହଞ୍ଚିଥିବା ଜଣାପଡିଥିଲା । ଏହି ବାଦୁଡି ମାନଙ୍କର ଲମ୍ବା ୪୬-୫୫ ମିମି ରହିଥିବା ବେଳେ ପକ୍ଷୀ ଗୁଡିକର ଲମ୍ବା ୨୨୦-୨୫୦ ମିମି ରହିଥାଏ ।

Get real time updates directly on you device, subscribe now.