fbpx

ଓଡ଼ିଆ ଅଲିମ୍ପିଆନଙ୍କ ଘରବାହୁଡା; ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସ ସମାପିତ ହୋଇଥିବା ବେଳେ ଉଭୟ ପଦକ ଓ ହୃଦୟ ଜିତିଥିଲା ପୁରୁଷ ହକି ଦଳ । ସେହିପରି ଅଳ୍ପକେ ବ୍ରୋଞ୍ଜ ମୁକାବିଲାରେ ପରାଜିତ ହୋଇଥିଲେ ହେଁ ଇତିହାସ ରଚିବାରେ ସଫଳ ହୋଇଛି ଭାରତୀୟ ମହିଳା ହକି ଦଳ । ଉଭୟ ଦଳରେ ଦୁଇ ଜଣ ଲେଖାଏଁ ଓଡ଼ିଆ ରହିଥିବା ବେଳେ ଆଜି ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ୪ ଖେଳାଳି । ବ୍ରୋଞ୍ଜ ପଦକ ବିଜେତା ପୁରୁଷ ଦଳର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ସମେତ ୪ର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିବା ମହିଳା ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ରାଜ୍ୟକୁ ଫେରିଛନ୍ତି ।

ସୋମବାର ଭାରତୀୟ ଖେଳାଳି ଟୋକିଓରୁ ଦିଲ୍ଳୀ ଆସିଥିବା ବେଳେ ୪ ଓଡ଼ିଆ ଖେଳାଳି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଖେଳାଳି ମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଖେଳାଳିଙ୍କ ସ୍ୱାଗତ ପାଇଁ ଢୋଲ ଓ ବାଜା ସହିତ ଭିଡ ହୋଇଥିଲା । ବୀରେନ୍ଦ୍ର ଓ ଅମିତ ବ୍ରୋଞ୍ଜ ବିଜୟକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ବ୍ରୋଞ୍ଜ ପଦକ ମୁକାବିଲାରେ ପରାଜୟ ସାମାନ୍ୟ ଦୁଃଖ ଦେଇଛି ବୋଲି ଦୀପଗ୍ରେସ ଏକ୍କା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.