fbpx

ବର ସହ ବୋହୂ ଗଲା ଶାଶୂଘର, ରାସ୍ତାରେ କାର୍ ଅଟକାଇ କଲା ଏମିତି…

ଓଡ଼ିଶା ଭାସ୍କର ବ୍ୟୁରୋ: ମନ୍ଦିରରେ ହେଲା ବାହାଘର । ବଡ଼ ଧୁମଧାମରେ ସବୁ ସରିଲା । ତାପରେ ବର ସହ ବଧୂ ବାହାରିଲା ଶାଶୂଘର । ହେଲେ ରାସ୍ତାରେ କାର୍ ଅଟକାଇବାକୁ କହି ଏମିତି କାମ କଲା ଯେ ଯିଏ ଶୁଣୁଛି ମୁଣ୍ଡରେ ହାତ ଦେଉଛି ।

ସାତ ଜନ୍ମର ସାଥୀ ପାଇଁ ଅଗ୍ନିକୁ ସାକ୍ଷୀ ରଖିଥିବା ନବବଧୂ ୭ ଘଣ୍ଟା ବି ରହିଲାନି । ପୂରା ଫିଲ୍ମ ଷ୍ଟାଇଲ୍ରେ ବୋହୂ ରଚିଲା କାଣ୍ଡ । ହଠାତ୍ କାର୍ ଅଟକାଇବା ସହ ପ୍ରେମିକ ସହ ଫୁର୍ ହୋଇଗଲା ସେଠାରୁ । ଫଳରେ ବିଚରା ବର ବାହାଘର ସରିଥିଲେ ମଧ୍ୟ ଶିଶୁପାଳ ହେବାକୁ ପଡ଼ିଲା । ବହୁ ସମୟ ପତ୍ନୀକୁ ରାସ୍ତାରେ ଅପେକ୍ଷା କରିବା ପରେ ନିରାଶ ହୋଇ ବର ଫେରିଲା । ଏହି ଘଟଣା ସମ୍ପ୍ରତି ଉତ୍ତର ପ୍ରଦେଶର ଦେବରିୟା ଜିଲ୍ଲା ଭଟନି ଅଞ୍ଚଳରେ ଘଟିଛି। ଯାହା ସମ୍ପୃକ୍ତ ଅଞ୍ଚଳରେ ବଡ଼ ଚର୍ଚ୍ଚାର କାରଣ ହୋଇଛି ।

ସୂଚନା ଅନୁସାରେ ଖୁଖୁନ୍ଦୁ ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବକ ଭଟନି ଅଞ୍ଚଳର ଯୁବତୀଙ୍କୁ ବିବାହ କଲେ । ବିବାହ ପାଇଁ ଦୁଇ ପକ୍ଷ ଲୋକ ଏକତ୍ରିତ ହୋଇଥିଲେ । ସବୁ ସହମତିରେ ହିଁ କାର୍ଯ୍ୟକ୍ରମ ସରିଲା । ହିନ୍ଦୁ ରୀତିନୀତି ଅନୁସାରେ ମନ୍ଦିରରେ ବିବାହ ସରିଲା । ଏପରିକି କନ୍ୟା ପକ୍ଷ ବିବାହ ଉପରାନ୍ତ ଝିଅବିଦା କଲେ । କିନ୍ତୁ କିଛି ଦୂର ଗାଡ଼ି ଗଡ଼ିବା ପରେ ଅଟକି ଗଲା ନବବଧୂର ନିର୍ଦ୍ଦେଶରେ । ଆଉ ଏଥିସହ ସେ ପ୍ରେମିକ ସହ ଚମ୍ପଟ ମାରିଲେ । ଫଳରେ ବର ଦୀର୍ଘ ସମୟ ଅପେକ୍ଷା କରି ନିରାଶ ହୋଇ ଫେରିବାକୁ ବାଧ୍ୟ ହେଲେ ।

Get real time updates directly on you device, subscribe now.