fbpx

ବିଜେଡିରୁ ବହିଷ୍କୃତ ହେଲେ ଭୁବନେଶ୍ୱର ଜିଲ୍ଲା ସଂଗଠନ ସମ୍ପାଦକ: ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ

Advertisement

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେଡି ଜୋରସୋରରେ ତା’ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏଥିସହିତ ବିରୋଧୀମାନେ ମଧ୍ୟ ସେମାନଙ୍କର ସଂଗଠନକୁ ସଜାଡ଼ିବାର ଆରମ୍ଭ କରିଦେଇଛନ୍ତି । ଏଭଳି ସ୍ଥିତିରେ ପ୍ରତ୍ୟେକ ରାଜନୈତିକ ଦଳମାନେ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି ।

ତେବେ ଏହା ମଧ୍ୟରେ ବିଜେଡି ଶିବିରରୁ ଆସିଛି ଏକ ବଡ଼ ଖବର । ଦଳରୁ ଜଣେ ନେତାଙ୍କୁ ବହିଷ୍କାର କରାଯାଇଛି । ଭୁବନେଶ୍ୱର ଜିଲ୍ଲା ସଂଗଠନ ସମ୍ପାଦକ ପ୍ରଶାନ୍ତ ଚମ୍ପତିଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ ଏକ ବିଜ୍ଞପ୍ତି ଜାରି କରି ଏ ବାବଦରେ ସୂଚନା ଦେଇଛନ୍ତି । ତେବେ ଦଳ ବିରୋଧୀ କାରଣରୁ ପ୍ରଶାନ୍ତଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଚଳିତ ମାସ ପହିଲାରେ ଦିଗପହଣ୍ଡି ଅଞ୍ଚଳର ଜଣେ ନେତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ମେ ମାସ ୩୦ ତାରିଖରେ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେବ । ତେବେ ନିର୍ବାଚନ ପାଇଁ ପାଖାପାଖି ୯ ମାସ ସମୟ ବାକି ରହିଥିବା ବେଳେ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଆସନ୍ତା ୧୩ ତାରିଖରେ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ଓଡ଼ିଶା ଗସ୍ତରେ ଆସୁଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି । ଏହାପରେ ଅକ୍ଟୋବର ମାସରେ ସମସ୍ତ ଇଭିଏମ୍ ଯାଞ୍ଚ କରାଯିବ । ରାଜ୍ୟରେ ନିର୍ବାଚନ ପାଇଁ ପୂର୍ବରୁ ଆବଶ୍ୟକ ଇଭିଏମ୍ ପହଞ୍ଚି ସାରିଥିବା ବେଳେ ଭୋଟର ତାଲିକା ସଂଶୋଧନ ନେଇ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଆସନ୍ତା ମାସର ଦ୍ୱିତୀୟ ସପ୍ତାହରେ ସରକାର ବିଧାନସଭା ଅଧିବେଶନ ଡାକିବା ନେଇ ଚର୍ଚ୍ଚା ହେଉଛି । ତେଣୁ ବିଧାନସଭା ଭଙ୍ଗ କରିବାକୁ ଏହି ଅଧିବେଶନ ଡକାଯାଉଥିବା ବିଜେପି ଓ କଂଗ୍ରେସ ନେତାମାନେ ଅନୁମାନ କରୁଛନ୍ତି ।

Get real time updates directly on you device, subscribe now.