fbpx

ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ସତବୀରଙ୍କୁ ଚୟନ କଲା BCCI

Advertisement

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼(BCCI) ପକ୍ଷରୁ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ପଦ ପାଇଁ ମାଲକାନଗିରିର ସତବୀର ସିଂ ରିୟରଙ୍କୁ ମନୋନିତ କରାଯାଇଛି । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ‘ଏକ୍ସ’ ଜରିଆରେ ସୂଚନା ଦିଆଯାଇଛି । ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ସତ୍ୟବୀରଙ୍କୁ ଏହି ବଡ଼ ଦାୟିତ୍ୱ ଦିଆଯାଇଛି ।


ପୂର୍ବରୁ ୧୬ ବୟସରୁ କମ୍, ୧୯ ବର୍ଷରୁ କମ୍ ଟିମ୍ ଏବଂ ରଣଜୀ ଟ୍ରଫି ଟିମର ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇଥିଲେ । ସତବୀର ପେଶାରେ ଜଣେ ଫାର୍ମାସୀ ଅଫିସର । ତେବେ ଡ୍ୟୁଟି ସହ କ୍ରିକେଟ ପ୍ରତି ତାଙ୍କର ଦୁର୍ବଳତା ରହିଛି । ଓଡ଼ିଶା କ୍ରିକେଟ ଆସୋସିଏସନ୍ ସହ ମଧ୍ୟ ସେ ଜଡ଼ିତ ।

Get real time updates directly on you device, subscribe now.