ଗ୍ଲେନ ମ୍ୟାକ୍ସୱେଲଙ୍କର ୨୫ ପ୍ରତିଶତ ମ୍ୟାଚ୍ ଫିସ୍ କାଟିଦେଲା ବିସିସିଆଇ, ଜାଣନ୍ତୁ କାହିଁକି

ବିସିସିଆଇ କାଟିଦେଲା ଗ୍ଲେନ ମ୍ୟାକ୍ସୱେଲଙ୍କ ଏତିକି ପ୍ରତିଶତ ମ୍ୟାଚ୍ ଫିସ୍‌, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ୍‌ର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କ ଉପରେ ଭାରତୀୟ କ୍ରିକେଟ ବୋର୍ଡ ଜରିମାନା ଲଗାଇଛି। ଗ୍ଲେନ ମ୍ୟାକ୍ସୱେଲଙ୍କ ୨୫ ପ୍ରତିଶତ ମ୍ୟାଚ୍ ଫିସ୍ ବିସିସିଆଇ ପକ୍ଷରୁ କଟାଯାଇଛି।

ଚେନ୍ନାଇ ସୁପରକିଙ୍ଗସ୍ ବିପକ୍ଷରେ ଆଇପିଏଲ ୨୦୨୫ର ୨୨ତମ ଲିଗ୍ ମ୍ୟାଚରେ ମ୍ୟାକ୍ସୱେଲ ଆଇପିଏଲର ନିୟମକୁ ଉଲ୍ଲଘଂନ କରିଥିଲେ। ଏଥିପାଇଁ ତାଙ୍କୁ କଠୋର ଦଣ୍ଡ ମିଳିଛି। ମ୍ୟାଚ ସମୟରେ ଗାଳି-ଗୁଲଜ ଏବଂ ଭଙ୍ଗାରୁଜା କରିବା

ଲାଗି ଆଇପିଏଲର ମ୍ୟାଚ୍ ରେଫରୀ ତାଙ୍କୁ ଦଣ୍ଡ ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଯେ, ମ୍ୟାକ୍ସୱେଲ କେବେ ଏଭଳି କାର୍ଯ୍ୟ କରିଛନ୍ତି, ଯେଉଁଥି ପାଇଁ ତାଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗିଛି।

ଆଇପିଏଲ ପକ୍ଷରୁ ଜାରି ମିଡିଆ ରିଲିଜରେ କୁହାଯାଇଛି ଯେ, ପଞ୍ଜାବ କିଙ୍ଗସର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କ ଉପରେ ମଙ୍ଗଳବାର ଦିନ ନ୍ୟୁ ଚଣ୍ଡିଗଡ଼ର ନ୍ୟୁପିସିଏ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ନିଜ ଟିମର ମ୍ୟାଚ ସମୟରେ ଆଇପିଏଲ ନିୟମର ଉଲ୍ଲଘଂନ ପାଇଁ ମ୍ୟାଚ ଫିସର ୨୫ ପ୍ରତିଶତ ଜରିମାନା ଲଗାଯାଇଛି।

ଏହି ମୁକାବିଲାରେ ଗ୍ଲେନ ମ୍ୟାକ୍ସୱେଲ ପଞ୍ଜାବ କିଙ୍ଗସ ପାଇଁ ଭଲ ଖେଳି ନଥିଲେ। କାରଣ ସେ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ, ହେଲେ ବୋଲିଂ ସମୟରେ ସେ ୧ ୱିକେଟ୍ ନେବାରେ ସଫଳ ହୋଇଥିଲେ।