ଏହି ପନିପରିବା ପ୍ରତି ସାବଧାନ, ଏସବୁର ସେବନ ହୋଇପାରେ ମୃତ୍ୟୁର କାରଣ

ତୁରନ୍ତ ହିଁ ହସ୍ପିଟାଲ ନିଆଯାଇଥିଲା, ହସ୍ପିଟାଲରେ ତାର ଚିକିତ୍ସା ଚାଲିଲା । ୭ ଦିନ ଧରି ଚିକିତ୍ସା ପରେ ତାର ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ- ସବୁଜ ପରିବା ସ୍ୱାସ୍ଥ୍ୟପାଇଁ ଉପକାରୀ । ଏକଥା ପିଲା ଦିନରୁ ଗୁରୁଜନମାନଙ୍କଠାରୁ ଏକାଧିକ ଥର ଶୁଣିଥିବେ । ଏହି କଥା ମଧ୍ୟ ସତ । ହେଲେ ଆଜିକାଲି ଏହି କଥା ସତ ବୋଲି କହି ହେବନାହିଁ । ଆଜିକାଲି ସବୁଜ ପରିବା ଖାଇବା ଜୀବନ ହାନିର କାରଣ ହୋଇପାରେ ।

ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ କିଛି ଏମିତି ଦେଖିବାକୁ ମିଳିଛି । ପତ୍ରକୋବି ବା ବନ୍ଧାକୋବି କାଇ ୧୪ ବର୍ଷର ଏକ ପିଲାର ମୃତ୍ୟୁ ହୋଇଛି । ୮ମରେ ପଢୁଥିବା ପିଲାଟି ଗତ ୧୮ ତାରିଖରେ ନିଜ କୋବି ବିଲକୁ ଯାଇଥିଲା । ବିଲରେ ବୁଲୁ ବୁଲୁ ବନ୍ଧା କୋବିର କିଛି ପାଖୁଡା ବାହାର କରି ଚୋବାଇ ଦେଇଥିଲା ।

ଘରକୁ ଆସିବା ପରେ ପିଲାଟି ବେହୋସ ହୋଇଯାଇଥିଲା । ତାକୁ ତୁରନ୍ତ ହିଁ ହସ୍ପିଟାଲ ନିଆଯାଇଥିଲା, ହସ୍ପିଟାଲରେ ତାର ଚିକିତ୍ସା ଚାଲିଲା । ୭ ଦିନ ଧରି ଚିକିତ୍ସା ପରେ ତାର ମୃତ୍ୟୁ ହୋଇଛି । ପିଲାଟିର ମୃତ୍ୟୁ କୀଟନାଶକ କାରଣରୁ ହୋଇଥିବା କୁହାଯାଉଛି ।

ଏବେ ପ୍ରଶ୍ନ ଉଠିଛି,  କଣ ଅନ୍ୟ ପରିବା କଞ୍ଚା ଖାଇବା ମଧ୍ୟ ଜୀବନଘାତୀ ହୋଇପରାରେ- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ, ଆଜିକାଲି ଫସଲରେ କୀଟନାଶକ ପ୍ରୟୋଗ ହେଉଛି । ଏହାର କୁ ପ୍ରଭାବ ପାଚନ କ୍ରିୟା ଉପରେ ପଡୁଛି ।

ଏହି କୀଟନାଶକ ସଂସ୍ପର୍ଶରେ ଆସିବାରୁ ଚର୍ମ ଓ ଆଖିରେ ପୋଡାଜଳା ପରି ଅନୁଭବ ହୁଏ । ଏଲର୍ଜି ଓ କୁଣ୍ଡିଆ ଆଦି ହୋଇପାରେ ।

ତେବେ ଅଧିକ କୀଟନାଶକ ଥିବା ପରିବା କଣ ହୋଇଥାଏ- ଏଥିରେ ପାଳଙ୍ଗ, ଟମାଟୋ, କଦଳୀ, ମଟର ପରି ପରିବାରେ କୀଟନାଶକର କୁପରିଣତି ଦେଖିବାକୁ ମିଳିପାରେ ।