fbpx

IT କମ୍ପାନୀରୁ ମିଳୁଥିବା ଜବ୍ ଅଫର୍ କୁ ନେଇ ରୁହନ୍ତୁ ସତର୍କ: ସରକାର ଜାରି କଲେ ଆଡଭାଇଜରୀ

ନୂଆଦିଲ୍ଲୀ: ଭାରତ ସରକାର ଶନିବାର ଆଇଟି କ୍ଷେତ୍ର୍ରର ଯୁବକକୁ ଟାର୍ଗେଟ କରୁଥିବା ମିଥ୍ୟା ଜବ୍ ରାକେଟକୁ ନେଇ ଏକ ଆଡଭାଇଜରୀ ଜାରି କରିଛନ୍ତି । ଏହି ଆଡଭାଇଜରୀ ଏଭଳି ସମୟରେ ଜାରି କରାଯାଇଛି ଯେତେବେଳେ, ସନ୍ଦିଗ୍ଧ ଆଇଟି କମ୍ପାନୀ ଦ୍ୱାରା ୧୦୦ ରୁ ଅଧିକ ଲୋକଙ୍କୁ ଚାକିରି ଆଳରେ ମ୍ୟାଁମାର ନିଆଯାଇଥିଲା । ଅଧିକାରୀମାନେ ଏପର୍ଯ୍ୟନ୍ତ ୩୨ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏମାନଙ୍କୁ ଭଲ ଆଇଟି ଚାକିରି ମିଳିବାର ଲୋଭ ଦେଖାଇ ମ୍ୟାଁମାରର ଏକ ଦୂର ସ୍ଥାନକୁ ନିଆଯାଇଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ଯେ ଏହି ଚାକିରି ସଂପୂର୍ଣ୍ଣ ଫେକ୍, ଏହାର ଉଦ୍ଦେଶ୍ୟ ଯୁବକଙ୍କୁ ଫସାଇବା ଥିଲା ।

ତେବେ ଏହାକୁ ନେଇ ବିଦେଶ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବାର ଆଡଭାଇଜରୀରେ କୁହାଯାଇଛି ଯେ ଆଇଟି ସ୍କିଲ୍ ଯୁବକଙ୍କୁ ଟାର୍ଗେଟ କରାଯାଉଛି । ସେମାନଙ୍କୁ ସୋସିଆଲ ମିଡିଆ ଆଡ୍ ଦ୍ୱାରା ପ୍ରଲୋଭନ ଦେଖାଇ ଠକେଇ କରାଯାଉଥିଲା । ବୟାନରେ କୁହାଯାଇଥିଲା ଯେ ଏମାନଙ୍କୁ ଅବୈଧ ଭାବରେ ନିଆଯାଇଛି । ଅଧିକାଂଶ ଲୋକଙ୍କୁ ମ୍ୟାଁମାର ନିଆଯାଇଛି । ଯେଉଁଠାରେ ଏମାନଙ୍କୁ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ଏବଂ ସେମାନଙ୍କୁ ବନ୍ଧକ ରଖାଯାଇଛି ।

ବିଦେଶ ମନ୍ତ୍ରାଳୟ କହିଛି ଯେ ଏଥିପାଇଁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ କିମ୍ବା ଅନ୍ୟ ଉତ୍ସରୁ ଜାରି କରାଯାଉଥିବା ଏଭଳି ଫେକ୍ ଚାକିରିରେ ନଫସିବାକୁ ପରାମର୍ଶ ଦିଆଯାଇଛି । ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ଯେ ରୋଜଗାର ଉଦ୍ଦେଶ୍ୟରେ ଟୁରିଷ୍ଟ ଭିଜାରେ ଯାତ୍ରା କରିବା ପୂର୍ବରୁ ପ୍ରଥମେ ବିଦେଶରେ ସମ୍ବନ୍ଧୀୟ ସେହି ମିଶନ ମାଧ୍ୟମରେ ବିଦେଶୀ ନିଯୁକ୍ତିଦାତାଙ୍କ ବିଷୟରେ ଯାଞ୍ଚ କରିନିଅନ୍ତୁ ।

Get real time updates directly on you device, subscribe now.