fbpx
BSKY SKY
BSKY SKY

୪୦ବର୍ଷପରେ ମହିଳାଙ୍କୁ କାହିଁକି ଥାଏ ହୃଦଘାତର ବିପଦ: ଜାଣନ୍ତୁ ଏହାର କାରଣ

BSKY

ମଣିଷର ବୟସ ବଢିବା ସହିତ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଫଳରେ ସେମାନେ ଦୁର୍ବଳ ହୋଇ ପଡନ୍ତି । ଏହି ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟରୁ ଗୋଟିଏ ପ୍ରମୁଖ ସମସ୍ୟା ହେଉଛି ହୃଦଘାତ । ଏହି ସମସ୍ୟା ବିଶେଷ କରି ମହିଳାମାନଙ୍କ ନିକଟରେ ଅଧିକ ମାତ୍ରାରେ ଦେଖାଦେଇଥାଏ । ଖାସ୍ କରି ୪୦ ବର୍ଷ ପରେ ମହିଳାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ପରିଲକ୍ଷିତ ହେବା ସହ ଅଧିକାଶଂ ମହିଳାଙ୍କ ଏହି ହୃଦଘାତ କାରଣରୁ ମୃତ୍ୟୁ ମଧ୍ୟ ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କାହିଁକି ୪୦ ବର୍ଷ ପରେ ମହିଳାଙ୍କୁ ହୃତଘାତ ହେବାର ଅଧିକ ଆଶଙ୍କା ରହିଥାଏ ।

ମହିଳାଙ୍କୁ କାହିଁକି ହୁଏ ହୃଦଘାତ:

ଋତୁସ୍ରାବ ବନ୍ଦ: ବିଶେଷଜ୍ଞଙ୍କ କହିବା ଅନୁଯାୟୀ ୪୦ ବର୍ଷ ପରେ ଅନେକ ମହିଳାଙ୍କ ଋତୁସ୍ରାବ ବନ୍ଦ ହୋଇଯାଇଥାଏ । ଫଳରେ ଏହା ଶରୀରରେ ଅନେକ ହରମୋନକୁ ବନ୍ଦ କରି ଦିଏ । ଯାହାକି ସିଧାସଳଖ ଭାବରେ ଆର୍ଟିଲିରି ଉପରେ ଅତିରିକ୍ତ ଚାପ ପକାଇଥାଏ । ଫଳରେ ମହିଳାଙ୍କୁ ହୃଦଘାତ ହେବାର ଆଶଙ୍କା ରହିଥାଏ । ସେହି ପରି ଋତୁସ୍ରାବ ବନ୍ଦ ହେବା ପରେ ମହିଳାଙ୍କ ଶରୀର ଇଷ୍ଟ୍ରୋଜେନ୍ ଉତ୍ପାଦନ ବନ୍ଦ କରିଦିଏ, ଯାହା ହୃଦରୋଗର ଏକ ପ୍ରମୁଖ କାରଣ ହୋଇପାରେ ।

କୋଲେଷ୍ଟ୍ରଲ ସ୍ତର ପରିବର୍ତ୍ତନ: ରକ୍ତରେ ଚର୍ବିର ସ୍ତର ବଢିବା ମଧ୍ୟ ହୃଦଘାତର ଏକ କାରଣ ହୋଇଥାଏ । ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ଏବଂ ଭଲ କୋଲେଷ୍ଟ୍ରଲ ହ୍ରାସ ହେତୁ ରକ୍ତରେ ଚର୍ବିର ପରମାଣ ବୃଦ୍ଧି ପାଇଥାଏ । ଫଳରେ ଏହା ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିଥାଏ । ଯେଉଁ କାରଣରୁ ହୃଦଘତର ଆଶଙ୍କା ଦେଖାଦେଇଥାଏ ।

ଫାଇବ୍ରିନୋଜେନ ସ୍ତର ବୃଦ୍ଧି :ରକ୍ତରେ ଫାଇବ୍ରିନୋଜେନର ସ୍ତର ବୃଦ୍ଧି ପାଇବା ବିପଜ୍ଜନକ ହୋଇପାରୋ ଖାସ କରି ଏହା ମଳିଳାଙ୍କ କ୍ଷେତ୍ରରେ ଅଧିକ ପରିମାଣରେ ଦେଖାଦେଇଥାଏ । ତେବେ ଫାଇବ୍ରିନୋଜେନ ରକ୍ତରେ ଜମାଟ ବାନ୍ଧିବାରେ ସାହାଯ୍ୟ କରେ । ଏହା ଯେତେବେଳେ ହୃଦୟରେ ଜମାଟ ବାନ୍ଧେ ସେତେବେଳେ ହୃଦଘାତ ହୋଇଥାଏ, ଏବଂ ଏହା ମସ୍ତିଷ୍କରେ ଜମାଟ ବାନ୍ଧିବା ଦ୍ୱାରା ବ୍ରେନ୍ ଷ୍ଟ୍ରୋକ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

ମହିଳାମାନଙ୍କଠାରେ ହୃଦଘାତର ଲକ୍ଷଣ:

-ଛାତିର ବାମ ପାର୍ଶ୍ୱରେ ଯନ୍ତ୍ରଣା
-ବ୍ୟସ୍ତତା ଅନୁଭବ କରିବା
– ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା
– ହଠାତ୍ ଅତ୍ୟଧିକ ଝାଳ
– ସର୍ବଦା କ୍ଳାନ୍ତ ଅନୁଭବ ହେବା

Get real time updates directly on you device, subscribe now.