fbpx

ସାବଧାନ୍! ଗୁପଚୁପ ଖାଇଲେ ହେଉଛି କ୍ୟାନ୍ସର… ରିସର୍ଚ୍ଚରୁ ଖୁଲାସା ପରେ ବଢୁଛି ଭୟ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଫାଷ୍ଟଫୁଡ ଭିତରେ ବେଶ୍ ଲୋକପ୍ରିୟ ହୋଇଛି ଗୁପଚୁପ୍ । ବିବାହ ହେଉ କିମ୍ବା ଅନ୍ୟ କୌଣସି ପାର୍ଟି, ସବୁଠୁ ଗୁପଚୁପକୁ ନେଇ ପ୍ରବଳ କ୍ରେଜ୍ । ସନ୍ଧ୍ୟାରେ ବାହାରେ ବୁଲିବା ବେଳେ ମଧ୍ୟ ଗୁପଚୁପ୍ ଖାଇବାର ମଜା ନେବାକୁ ଖୁବ ପସନ୍ଦ କରିଥାନ୍ତି ଲୋକେ । କିନ୍ତୁ ଏବେ ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ, ଗୁପଚୁପ୍ ଖାଇବା ଦ୍ୱାରା ଶରୀରରେ କ୍ୟାନ୍ସର ଭଳି ରୋଗ ସୃଷ୍ଟି ହେଉଛି । ଗୁପଚୁପ୍ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହି ଖବର ବେଶ୍ ଜରୁରୀ । ନଚେତ୍ ଗୁପଚୁପ୍ ଖାଇବାର ଲୋଭ ପାଇଁ ଆପଣଙ୍କୁ ମେଡିକାଲ ଯିବାକୁ ପଡ଼ିପାରେ ।

ରିସର୍ଚ୍ଚରୁ ମିଳିଥିବା ରିପୋର୍ଟ ଅନୁସାରେ, କର୍ଣ୍ଣାଟକର ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ ଗୁପଚୁପ୍ ଏବଂ କ୍ୟାନ୍ସର ଉପରେ ଏକ ସର୍ଭେ କରିଛି । ଏହାର ରିପୋର୍ଟରୁ ଜଣାଯାଇଛି ଯେ, ଠେଲା, ଷ୍ଟଲ ବା ଦୋକାନ ଇତ୍ୟାଦିରେ ବିକ୍ରି ହେଉଥିବା ଗୁପଚୁପରେ ଅନେକ ଖତରନାକ ତତ୍ତ୍ୱ ମିଶ୍ରଣ ହୋଇଥାଏ । ଏହା ଶରୀର ଭିତରକୁ ଗଲେ କ୍ୟାନସର ଭଳି ରୋଗର କାରଣ ହୋଇପାରେ । ସର୍ଭେ ରିପୋର୍ଟ ଅନୁସାରେ, କେବଳ ଗୁପଚୁପ୍ ଖାଇବା ନୁହେଁ, ଅନ୍ୟାନ୍ୟ ଜଙ୍କ ଫୁଡ଼ ଖାଇବା ମଧ୍ୟ ବିପଦଜନକ ହୋଇପାରେ । ସେଗୁଡ଼ିକରେ ମଧ୍ୟ ଅନେକ ଗୁଡ଼ିଏ ବିଷାକ୍ତ ଜିନିଷ ବ୍ୟବହାର କରାଯାଏ । ଏଗୁଡ଼ିକ ମଧ୍ୟ କ୍ୟାନସରର କାରଣ ହୋଇପାରେ ।

ସୂଚନା ଅନୁସାରେ, କର୍ଣ୍ଣାଟକର ଫୁଡ୍ ଡିପାର୍ଟମେଣ୍ଟ ଗତ ୫ ମାସରେ ପ୍ରାୟ ୧ ହଜାର ଖାଦ୍ୟ ପଦାର୍ଥକୁ ନେଇ ସର୍ଭେ କରାଇଛି । ଏଥିରେ ୨୬୦ ପ୍ରକାରର ଗୁପଚୁପ୍ ସାମ୍ପଲ ମଧ୍ୟ ସାମିଲ ରହିଛି । ଏହି ଯାଞ୍ଚରୁ ଜଣାଯାଇଛି ଯେ, ଏଥିରୁ ପ୍ରାୟ ୨୨ ପ୍ରତିଶତ ଫୁଡ୍ ସାମ୍ପଲରେ କ୍ୟାନ୍ସର ସୃଷ୍ଟି କରୁଥିବା ଖତରନାକ ତତ୍ତ୍ୱ ଚିହ୍ନଟ କରାଯାଇଛି । ଗୁପଚୁପ୍ ସହିତ ଲୋକଙ୍କୁ ପିଇବା ପାଇଁ ସବୁଜ ରଙ୍ଗର ମସାଲାଦାର ପାଣି ବେଶ୍ ପସନ୍ଦ କରନ୍ତି ଗ୍ରାହକ । ଲୋକମାନେ ଏହାକୁ ପୁଦିନା ଏବଂ ଧନିଆରେ ପ୍ରସ୍ତୁତ ହୋଇଥିବା ପାଣି ବୋଲି ଭାବନ୍ତି । କିନ୍ତ ରିପୋର୍ଟରୁ ଜଣାଯାଇଛି ଯେ, ଏହାକୁ ସବୁଜ କରିବା ପାଇଁ, କୃତ୍ରିମ ଭାବରେ ପ୍ରସ୍ତୁତ ସବୁଜ ରଙ୍ଗ ଏଥିରେ ମିଶ୍ରିତ ହୋଇଥାଏ । ଏହି ସବୁଜ ରଙ୍ଗକୁ ଗ୍ରୀନ୍ ଫାଷ୍ଟ ଏଫସିଏଫ କୁହାଯାଏ । ଏହା ପରେ, ସାମାନ୍ୟ ସୁଗନ୍ଧ ସୃଷ୍ଟି କରିବା ପାଇଁ କିଛି ପୁଦିନା ମଧ୍ୟ ମିଶଯାଏ ।

ଗୁପଚୁପ୍ ପାଣିକୁ ଫୁଟାଇ ଥଣ୍ଡା କରିବା ପରେ ଗ୍ରାହକଙ୍କୁ ଦେବା ଉଚିତ । କିନ୍ତୁ ଏହା ପରିବର୍ତ୍ତେ ବରଫକୁ ସିଧାସଳଖ ରଖାଯାଏ, ତେଣୁ ଏଥିରେ ଜୀବାଣୁ ବୃଦ୍ଧି ହେବାର ଆଶଙ୍କା ବଢାଇଥାଏ । ବିଷାକ୍ତ ଉପାଦାନ ଏବଂ ଜୀବାଣୁଙ୍କର ଏହି ମିଶ୍ରଣ କୌଣସି ସୁସ୍ଥ ବ୍ୟକ୍ତିଙ୍କୁ ଅସୁସ୍ଥ କରିପାରେ । ଏହି କାରଣରୁ, ଏହା ବାନ୍ତି ଏବଂ ଝାଡ଼ା ହୋଇପାରେ ଏବଂ ଯଦି ଦୀର୍ଘ ସମୟ ଧରି ଖିଆଯାଏ ତେବେ ଏହା କ୍ୟାନ୍ସର ଭଳି ରୋଗ ସୃଷ୍ଟି କରିପାରେ ।

Get real time updates directly on you device, subscribe now.