fbpx

ସକାଳୁ ଗ୍ରୀନ୍ ଟି ପିଉଥିଲେ ସାବଧାନ; ଖରାପ ହୋଇଥାଏ ଶରୀରର ଏହିସବୁ ଅଙ୍ଗ

ବର୍ତ୍ତମାନ ଶୀତ ଋତୁ ଚାଲିଥିବା ବେଳେ ପ୍ରାୟତଃ ସମସ୍ତେ ସକାଳେ ଏବଂ ସଂନ୍ଧ୍ୟାରେ ଚାହା ପିଇଥାନ୍ତି । କିଛି ଲୋକ ସକାଳୁ ବିଭିନ୍ନ ପ୍ରାକାର ଚାହା ପିଇବାକୁ ପସନ୍ଦ କରିଥାନ୍ତି । କିଏ କ୍ଷୀର ଚାହା ପିଇବାକୁ ପସନ୍ଦ କରନ୍ତି ତ ଆଉ କିଏ ବ୍ଲା ଟି ଏବଂ ଗ୍ରୀନ ଟି ପିଇବାକୁ ଭଲପାଇଥାନ୍ତି । ଏତତ୍ ବ୍ୟତୀତ କିଛି ଲୋକେ ନିଜର ଓଜନ କମ୍ କରିବାକୁ ସକାଳୁ ଗ୍ରୀନ ଟି ସେବନ କରିଥାନ୍ତି । ତେବେ ବର୍ତ୍ତମାନ ଏହି ଗ୍ରୀନ ଟି କୁ ନେଇ ଏକ ଖବର ସାମ୍ନାକୁ ଆସିୁଛି । ଯାହାକି ସକାଳୁ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ, ଗ୍ରୀନ୍ ଟିର ସାଇଡ ଇଫେକ୍ଟ ରହିଥାଏ । ଯାହାକି ଏହା ବ୍ୟକ୍ତିର କିଛି ଅଙ୍ଗ ଉପରେ ପ୍ରବାବ ପକାଇଥାଏ । ଖାସ୍ କରି ଯେଉଁ ବ୍ୟକ୍ତିମାନେ ସକାଳୁ ଖାଲିପେଟରେ ଗ୍ରୀନ ଟି ପିଇଥାନ୍ତି ସେମାନଙ୍କ ଠାରେ ଲିଭର ଜନିତ ସମସ୍ୟା ଦେଖାଦେଇଥାଏ । ଏଥିସହିତ ଶରୀର ଅନ୍ୟ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଗ୍ରୀନ ଟି ସେବନ କରିବା ଦ୍ୱାରା ଏହା ଆମ ଶରୀର ଉପରେ କଣ ପ୍ରଭାବ ପକାଇଥାଏ ।

-ଖାଲି ପେଟରେ ଗ୍ରୀନ ଟି ପିଇବା ଦ୍ୱାରା ପେଟ ଜନିତ ସମସୟା ଦେଖା ଦେଇଥାଏ । ଯେଉଁ କାରଣରୁ ପେଟରେ ପୋଡା ଜଳା ହୋଇଥାଏ । । କାରଣ ଗ୍ରୀନ୍ ଟିରେ ଟେନିନ୍ ଥାଏ, ଯାହା ଆପଣଙ୍କ ପେଟରେ ଏସିଡ୍ ପରିମାଣକୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ଫଳରେ କୋଷ୍ଠକାଠିନ୍ୟ, ଏସିଡ୍ ରିଫ୍ଲେକ୍ସ ଏବଂ ବାନ୍ତି ସହିତ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ ।

-ଅଧିକ ଗ୍ରୀନ୍ ଟି ପିଇବା ହେତୁ କିଛି ଲୋକଙ୍କର ମୁଣ୍ଡବିନ୍ଧା ହୋଇପାରେ କାରଣ ଏଥିରେ କଫିନ୍ ଥାଏ । ତେଣୁ ମାଇଗ୍ରେନରେ ପୀଡିତ ଲୋକମାନେ ଗ୍ରୀନ ଟି ସେବନ ଠାରୁ ଦୂରେଇ ରୁହନ୍ତୁ ।

– ଗ୍ରୀନ୍ ଟିରେ ଥିବା କ୍ୟାଫେନ୍ ନିଦ କମ୍ କରିବାରେ ସାହାଯ୍ୟ କରେ । ଫଳରେ ଗ୍ରୀନ୍ ସେବନ କରୁଥିବା ଲୋକମାନଙ୍କ ଠାରେ ଦିନ କମ୍ ହୋଇଥାଏ । ଯେଉଁ କାରଣରୁ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ ।

– ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଶରୀରରେ ଆଇରନର ଅବଶୋଷଣରେ ବାଧା ସୃଷ୍ଟି କରିଥାଏ । ମେଟା-ଆନାଲିସିସ୍ ଦର୍ଶାଇଛି ଯେ ରକ୍ତହୀନତା କିମ୍ବା ଅନ୍ୟାନ୍ୟ ରୋଗରେ ପୀଡିତ ଲୋକମାନଙ୍କ ପାଇଁ ଏହି ପାର୍ଶ୍ୱ ପ୍ରତିକ୍ରିୟା ବିଶେଷ ବିପଜ୍ଜନକ ହୋଇପାରେ । ତେଣୁ ଏହି ଲୋକମାନେ ଗ୍ରୀନ ଟି ସେବନ କରିବା ଉଚିତ୍ ନୁହେଁ ।

Get real time updates directly on you device, subscribe now.