fbpx
BSKY
BJD MC SKY
BJD MS SKY

ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା; ଅଧିକ ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ

ରାୟଗଡ଼ା: ରାୟଗଡ଼ା ହୋଟେଲରେ ଋଷ ପର୍ଯ୍ୟଟକଙ୍କର ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ୠଷ ପର୍ଯ୍ୟଟକ ପାୱେଲ ଆନ୍ଥେମ୍ ମୃତ୍ୟୁ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି । ଆତ୍ମହତ୍ୟା କରିଥିବା ସନ୍ଦେହରେ ରାୟଗଡ଼ା ପୋଲିସ ତଦନ୍ତ କରୁଥିôବାବେଳେ ତଦନ୍ତରେ କ୍ରାଇମବ୍ରାଞ୍ଚ ସହଯୋଗ କରିବ । ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ମୃତ୍ୟୁ କେଉଁ ସ୍ଥିତିରେ ହେଲା ସେନେଇ ତଦନ୍ତରେ କ୍ରାଇମବ୍ରାଞ୍ଚ ସହଯୋଗ କରିବ ।

ଯେଉଁ ହୋଟେଲରେ ମୃତ୍ୟୁ ହୋଇଛି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସେହି ହୋଟେଲରେ ଯାଞ୍ଚ କରିଛନ୍ତି । ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ମଧ୍ୟ ଯାଞ୍ଚରେ ସାମିଲ ହୋଇଥିଲେ । ତଦନ୍ତ ଜାରି ରହିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେହିପରି ପୋଷ୍ଟମର୍ଟମ ସମୟର ଭିଡିଓ ରେକର୍ଡିଂ କରାଯାଇଛି । ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଇନକୁଏଷ୍ଟ ମଧ୍ୟ କରାଯାଇଛି । ତଦନ୍ତ କରି ତଥ୍ୟ ସାମ୍ନାକୁ ଆଣିବେ ବୋଲି ଡିଆଇଜି ରାକେଶ ପଣ୍ଡିତ ସୂଚନା ଦେଇଛନ୍ତି ।

ତେବେ ମୃତ୍ୟୁ ବରଣ କରିଥିବା ପାୱେଲ୍ ଆନ୍ଥେମ୍ ହେଉଛନ୍ତି ରୁଷିଆର ଜଣେ ଧନୀ ସାଂସଦ ତଥା ରାଷ୍ଟ୍ରପତି ଭ୍ଲଦମିର୍‌ ପୁଟିନ୍‌ଙ୍କର ଜଣେ ତୀବ୍ର ସମାଲୋଚକ।ସେ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ହେଉଥିବା ଯୁଦ୍ଧ କାଳରେ ପୁଟିନ୍‌ଙ୍କୁ ସମାଲୋଚନା କରି ଏକ ବ୍ଲଗ୍‌ ପୋ‌ଷ୍ଟ୍‌ ଲେଖି ଚର୍ଚ୍ଚାକୁ ଆସିଥିଲେ । କେବଳ ଏତିକି ନୁହେଁ କିଭ୍‌ ଉପରେ ହୋଇଥିବା ଆକ୍ରମଣକୁ ଏହା ରୁଷ୍‌ର ଆତଙ୍କ ବୋଲି କହି ସମାଲୋଚନା କରିଥିଲେ।

ପରବର୍ତ୍ତୀ ସମୟରେ ସେ ଚାପରେ ଆସି ତାଙ୍କର ମତ ପ୍ରତ୍ୟାହାର କରିଥିଲେ। ଏପରିକି ଅନେକ ଗଣମାଧ୍ୟମ ସଂସ୍ଥାରେ ତାଙ୍କ କ୍ଷମା ପ୍ରାର୍ଥନା ବି ପ୍ରକାଶ ପାଇଥିଲା। ସେ ଦାବି କରିଥିଲେ ଯେ ତାଙ୍କ ପୋଷ୍ଟ୍‌ ଏକ ଭୁଲ୍‌ ବୁଝାମଣାର ଶୀକାର ହେବା ସହ ସେଥିରେ କିଛି ବୈଷୟିକ ତ୍ରୁଟି ରହିଛି। ସେ ଆହୁରି ବି କହିଥିଲେ ଯେ ସେ ପୁଟିନଙ୍କୁ ସର୍ବଦା ସମର୍ଥନ କରିଥାନ୍ତି।

Get real time updates directly on you device, subscribe now.