fbpx

ଶୀତଦିନେ ମୁହଁ ଘୋଡାଇ ଶୋଉଥିଲେ ସାବଧାନ ! ହୋଇପାରେ ସାଂଘାତିକ ସମସ୍ୟା

Advertisement

ଓଡ଼ିଶା ଭାସ୍କର: ସାରା ଦେଶରେ ଖେଳିଯାଇଛି ପ୍ରଚଣ୍ଡ ଶୀତର ଲହରୀ । ଏହି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ କମ୍ବଳ ବ୍ୟବହାର କରିଥାନ୍ତି । କିଛି ଲୋକ ରାତି ମୁହଁକୁ କମ୍ବଳ ଭିତରେ ଘୋଡାଇ ଶୋଇବାକୁ ପସନ୍ଦ କରନ୍ତି । କିନ୍ତୁ ଜାଣନ୍ତି କି ଏପରି କରିବାକୁ ବାରଣ କରାଯାଇଛି । କାରଣ ଏହା ମଣିଷ ପାଇଁ ଖୁବ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । କମ୍ବଳରେ ମୁହଁ ଘୋଡେଇ ଶୋଇବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟାର ସାମନା କରିପାରନ୍ତି ଜଣେ ବ୍ୟକ୍ତି । ଏହାଦ୍ୱାରା ଶୀରକୁ ସଠିକ ଭାବରେ ଅମ୍ଳଜାନ ମିଳି ନଥାଏ ଏବଂ ରକ୍ତ ସଞ୍ଚାଳନ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ହୋଇପାରେ ସମସ୍ୟା…

କମ୍ବଳ ଭିତରେ ମୁହଁ ଗୋଡ଼ାଇ ଶୋଇବା ଦ୍ୱାରା ଶ୍ୱାସକ୍ରିୟା ଏବଂ ରକ୍ତ ସଞ୍ଚାଳନରେ ଅସୁବିଧା ହୋଇପାରେ । କାରଣ ମୁହଁ ଘୋଡେଇ ହୋଇ ଶୋଇବା ଫଳରେ ଶରୀରକୁ ତାଜା ଅମ୍ଳଜାନ ମିଳିନଥାଏ । ଏହି କାରଣରୁ ଶରୀର ଭିତରକୁ ଖରାପ ଅମ୍ଳଜାନ ଚାଲିଯାଏ । ଯାହା ଏକ ବଡ଼ ବିପଦର କାରଣ ହୋଇପାରେ । ଏହାବ୍ୟତୀତ ମୁହଁ ଘୋଡାଇ ହୋଇ ଶୋଇବା ମଧ୍ୟ ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ । ରିପୋର୍ଟ ଅନୁଯାୟୀ, ମୁହଁ ଘୋଡେଇ ହୋଇ ଶୋଇବା ଦ୍ୱାରା ଶରୀରରେ ସଠିକ୍ ପରିମାଣରେ ଅମ୍ଳଜାନ ପହଞ୍ଚି ପାରି ନଥାଏ । ଯାହା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ଅଣନିଶ୍ୱାସୀ କିମ୍ବା ହୃଦଘାତ ଭଳି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇପାରେ । ଅନେକ କ୍ଷେତ୍ରରେ ଫୁସଫୁସ ମଧ୍ୟ ସଙ୍କୁଚିତ ହେବା ପରି ଦେଖାଯାଏ । ତେଣୁ ଶୀତଦିନେ ମୁହଁ ଘୋଡେଇ ହେବା ବିପଦଜ୍ଜନକ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତଦିନେ ମୁହଁ ଘୋଡାଇ ଶୋଇବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ମଧ୍ୟ ହୋଇପାରେ । କମ୍ବଳ ଭିତରେ ଥିବା ଖରାପ ବାୟୁ ଚର୍ମକୁ କଳା କରିପାରେ । ଏହାଦ୍ୱାରା ଚର୍ମରେ ଦାଗ ମଧ୍ୟ ହୋଇପାରେ । ମୁହଁ ଘୋଡାଇ ହୋଇ ଶୋଇବା ଦ୍ୱାରା ଏପରି ହୋଇଥାଏ ବୋଲିୀ ଅଧିକାଂଶ ଲୋକେ ଜାଣି ନାହାନ୍ତି । ତେଣୁ ଏହି ଅଭ୍ୟାସକୁ ତୁରନ୍ତ ପରିବର୍ତ୍ତନ କରିବା ଉଚିତ୍ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁମାନଙ୍କର ଆସ୍ଥମା, ସିଓପିଡି କିମ୍ବା ଅନ୍ୟ କୌଣସି ଶ୍ୱାସ ରୋଗରେ ପୀଡିତ, ସେମାନେ ମୁହଁ ଘୋଡେଇ ହୋଇ ଶୋଇବାରୁ ଦୂରେଇ ରହିବା ଉଚିତ୍ । ଏହା ସେମାନଙ୍କ ପାଇଁ ଅତି ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି ।

Get real time updates directly on you device, subscribe now.