fbpx
BJD SKY
BJD SKY

ପୁଣି ବେକାବୁ ହେଉଛି କରୋନା ମହାମାରୀ: ଏହି ଲକ୍ଷଣ ଥିଲେ ସତର୍କ ହେବାକୁ ନିର୍ଦ୍ଦେଶ

BJD

ନୂଆଦିଲ୍ଲୀ: ପୁଣିଥରେ କଡ ଲେଉଟାଇବା ଆରମ୍ଭ କରିଛି ମହାମାରୀ କରୋନା । ଦେଶରେ ପୁଣି ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୬୧୫୫ ନୂଆ ପଜିଟିଭ କେସ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ଟିଭ ସଂଖ୍ୟା ୩୧,୧୯୪ରେ ପହଞ୍ଚିଛି । ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତାରେ ପଡିଛି । ତେବେ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଏହା ପୂର୍ବରୁ କରୋନାର ଲକ୍ଷଣ ଉପରେ ବିଶେଷଜ୍ଞମାନେ ଏକ ଚେତାବନୀ ଦେଇଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଓମିକ୍ରନ ଭାିରସର ସବ୍ ଭାରିଆଣ୍ଟ XBB1.16 ଯୋଗୁଁ କରୋନା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି । କୋଭିଡର ଏହି ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଶ୍ୱାସ ଜନିତ ସମସ୍ୟା, ମୁଣ୍ଡବିନ୍ଧା, ଗଳା ଖରାପ, ନାକ ବନ୍ଦ ହେବା, ଜ୍ୱର ଏବଂ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା ଆଦି ଏହାର ପ୍ରମୁଖ ଲକ୍ଷଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏହାର ସଂକ୍ରମଣ ଦ୍ୱାରା ପାଚନ ତନ୍ତ୍ର ଉପରେ ମଧ୍ୟ ଖରାପ ପ୍ରଭାବ ପଡି ଡାଇରିଆର ରୂପ ନେଇପାରେ । ତେବେ ଏମିତି ପରିସ୍ଥିତିରେ ନିଜର ଇମ୍ୟୁନିଟି ବଢାଇବା ସହ ପୁରୁଣା ଫର୍ମୁଲାକୁ ଆପଣେଇ ପାରିବେ । ଏକ୍ସପର୍ଟଙ୍କ କହିବା ଅନୁସାରେ, ଜନଗହଳି ସ୍ଥାନରୁ ଦୂରେଇ ରହିବା, ମାସ୍କ ଓ ସାନିଟାଇଜରର ବ୍ୟବହାର ଏବଂ ନିୟମିତ ହାତ ଧୋଇବା ଦ୍ୱାରା ଏହି ସମସ୍ୟାରୁ ରକ୍ଷା ମିଳିପାରିବ ।

ତେବେ କରୋନା ସଂକ୍ରମଣକୁ ନଜରରେ ରଖି ଦିଲ୍ଲୀ ସରକାର ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମେଟ୍ରୋରେ କରୋନା ପ୍ରୋଟୋକୋଲକୁ ନେଇ ସଚେତନତା ଆରମ୍ଭ ହୋଇଥିବା ବେଳେ ପୁଣିଥରେ କରୋନା ବିପକ୍ଷ ଯୁଦ୍ଧ ଆରମ୍ଭ ହେବାର ସମୟ ଆସିଥିବା କୁହାଯାଉଛି । ତେବେ କରୋନାର ଗାଇଡଲାଇନକୁ ପାଳନ କରିବା ଦ୍ୱାରା ହିଁ ଏହି ନୂଆ ଭାରିଆଣ୍ଟରୁ ରକ୍ଷା ପାଇପାରିବା ବୋଲି କହିଛନ୍ତି ଏମ୍ସର କାର୍ଡିଓ ଥୋରେସିକ ସର୍ଜରୀ ବିଭାଗର ପ୍ରମୁଖ ଡା. ସଞ୍ଜୀବ କୁମାର ।

Get real time updates directly on you device, subscribe now.