fbpx

ସତର୍କ ରୁହନ୍ତୁ ଏହି ୪ ରାଶିର ବ୍ୟକ୍ତି: ଶନିଙ୍କ ସିଧା ଚଳନ ପକାଇବ ଭୟଙ୍କର ପ୍ରଭାବ ,ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରେତ୍ୟକ ଗ୍ରହ ଏକ ନିଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଏବଂ ଗତି ଉଭୟ ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇଥାଏ । ତେବେ ପୂର୍ବରୁ ବୁଧ ଗ୍ରହ ତାଙ୍କ ରାଶି ଓ ଗତି ପରିବର୍ତ୍ତନ କରିଥିବା ବେଳେ ଆଗକୁ ଶନିଗ୍ରହ ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଶନି ବକ୍ର ଆକାରେ ଗତି କରୁଥିବାବେଳେ ୨୩ ଅକ୍ଟୋବରରୁ ସିଧା ଚଳନ କରିବେ । ଫଳରେ ଏହା ମୋଟ ୧୨ ରାଶି ଉପରେ ପ୍ରଭାବ ପକାଇବ ।

ତେବେ ଶନିଙ୍କ ଏହି ସିଧା ଚଳନ କିଛି ରାଶିଙ୍କ ଉପରେ ବଲ ପ୍ରଭାବ ପକାଉଥିବା ବେଳେ କିଛି ରାଶିଙ୍କ ଉପରେ ଖରାପ ପ୍ରଭାବ ପକାଇଥାନ୍ତି । ତେବେ ଶନିଙ୍କ ଏହି ସିଧା ଚଳନ ଖାସ୍ କରି ୪ ରାଶି ଉପରେ ଗଭିର ପ୍ରଭାବ ପକାଇବ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନେ ଗମ୍ଭିର ସମସୟାର ସମ୍ମୁଖୀନ ହେବେ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୪ଟି ରାଶି ବିଷୟରେ…

ମେଷ:ଶନି ଗ୍ରହଙ୍କ ସିଧା ଚଳନ ମେଷ ରାଶିର ବ୍ୟକ୍ତିମାନଙ୍କ ଉପରେ ଗଭିର ପ୍ରଭାବ ପକାଇବ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଏହି ସମୟରେ ଏହି ରାଶିର ବ୍ୟକ୍ତିମାନେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ନଚେତ୍ ଏହା ତାଙ୍କ ପାଇଁ ନୂଆ ସମସୟା ସୃଷ୍ଟି କରିବ । ତେବେ ସୋସିାଲ ମିଡିଆରେ ବ୍ୟବହାର କରୁଥିବା ବ୍ୟକ୍ତିମାନେ ଯଦି ସୋସିଆଲ ମିଡିଆରେ କିଛି ପୋଷ୍ଟ କରୁଛନ୍ତି ତେବେ ସାବଧାନତାର ସହିତ ପୋଷ୍ଟ କରନ୍ତୁ ।ଏତତ୍ ବ୍ୟତୀତ ଶନିଙ୍କର ଏହି ସିଧା ଚଳନ ସମୟରେ ମା ବାପାଙ୍କ ଏବଂ ଜୀବନସାଥିଙ୍କ କଥା ମାନି ଚାଲିବା ଉଚିତ୍ ।

ସିଂହ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନିଙ୍କ ସିଧା ଚଳନ ଅନେକ ପ୍ରକାର ଅସୁବିଧା ସୃଷ୍ଟି କରିବ । ଏହି ସମୟରେ ଆପଣଙ୍କ ବିଭିନ୍ନ ପ୍ରକାର ଦାଇତ୍ୱ ବଢିଯିବା ସହ କ୍ୟାରିୟର ପ୍ରତି ସାବଧାନ ରହିବା ଆବଶ୍ୟକ । ଏହି ଅବଧି ସମୟରେ ଗର୍ବ ଅହଂକାର ଆଦିରୁ ଦୁରେଇ ରହିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଏହା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇଯାଇପାରେ ।

ତୁଳା: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ ସିଧା ଚଳନ ତୁଳା ରାଶିର ବ୍ୟକ୍ତିମାନଙ୍କ ଉପରେ ମଧ୍ୟ କୁ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ବୈବାହିକ ଜୀବନ ଏବଂ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ତେଣୁ ଏହି ସମୟରେ ଆପଣ ଟିକେ ସତର୍କ ରହିବା ଆବଶ୍ୟକ । ଏତତ୍ ବ୍ୟତୀତ ଅଫିସ ଏବଂ ପରିବାର ସହିତ ଅନାବଶ୍ୟକ ଯୁକ୍ତି ମଧ୍ୟ ହୋଇପାରେ ।

ମକର: ଶନିଙ୍କ ସିଧା ଚଳନ ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ବହୁତ ଖରାପ ପ୍ରଭାବ ପକାଇବ । କାରଣ ଏହି ସମୟରେ ମକର ରାଶିରେ ଶନିସାଢେ ସାତି ଚାଲିବେ, ଫଳରେ ଏହା ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ । ଶରୀର ଏହି ସମୟରେ ନିଜକ୍ୟାରିୟର ଏବଂ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ ।

Get real time updates directly on you device, subscribe now.