fbpx

(Video) ଭୁଲିଗଲେ ସ୍ଥାନ, କାଳ, ପାତ୍ର: ପିଲାଙ୍କ ଆଗରେ ଭିଡ଼ିଗଲେ ସ୍କୁଲ ଶିକ୍ଷୟିତ୍ରୀ

ସ୍କୁଲ ଏକ ଏଭଳି ସ୍ଥାନ ଯେଉଁଠାରେ ପିଲାମାନେ କେବଳ ଶିକ୍ଷା ଲାଭ କରିଥାନ୍ତି ତାହା ନୁହେଁ । ଏଠାରେ ପିଲାମାନେ ନୈତିକ ଏବଂ ନାଗରିକ ଶିଷ୍ଠାଚାର ମଧ୍ୟ ଶିଖିଥାନ୍ତି । ସ୍କୁଲ ଶିକ୍ଷକ ପିଲା ଚରିତ୍ର ବିକାଶରେ ସବୁଠୁ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି । କିନ୍ତୁ ଉତ୍ତରପ୍ରଦେଶରେ ଏକ ସ୍କୁଲରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରକୃତରେ ୟୁପିର ଏହି ସ୍କୁଲର ମହିଳା ଶିକ୍ଷକ ନିଜେ ସଭ୍ୟ ବ୍ୟବହାର କରିବା ଭୁଲିଯାଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ୨-୩ ମହିଳା ଶିକ୍ଷକ ପରସ୍ପର ମଧ୍ୟରେ ମାରପିଟ୍ ଏବଂ ଗାଳିଗୁଲଜ କରୁଥିବାର ନଜର ଆସୁଛନ୍ତି ।

କୁହାଯାଉଛି ଭିଡିଓଟି ଉତ୍ତରପ୍ରଦେଶ ହମୀରପୁର ଜିଲ୍ଳାର ଏକ ସରକାରୀ ବିଦ୍ୟାଳୟର । ଘଟଣା ଗାନ୍ଧୀ ଜୟନ୍ତୀ ଦିନର ବୋଲି କୁହାଯାଉଛି । ଭିଡିଓରେ ଶିକ୍ଷକମାନେ ମାରପିଟ୍ କରୁଥିବା ସମୟରେ ପିଲାମାନେ ମଧ୍ୟ ସେଠାରେ ଥିବାର ଦେଖାଯାଉଛି । ଆଉ ସେଥିପ୍ରତି ଧ୍ୟାନ ନଦେଇ ମହିଳା ଶିକ୍ଷକମାନେ ମାରପିଟ୍ କରିଚାଲିଥିଲେ । ସୂଚନା ଅନୂଯାୟୀ, ଏହି ଭିଡିଓ ଭାଇରାଲ ହେବା ପରେ ଶିକ୍ଷା ଅଧିକାରୀ  ତିନି ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.