fbpx

ପରକୀୟା ପ୍ରୀତି କରିବାକୁ ଏଥିପାଇଁ ବାଧ୍ୟ ହୁଅନ୍ତୁ ଲୋକ: ଜାଣନ୍ତୁ ପ୍ରକୃତ କାରଣ

ଭାରତରେ ବାହାଘର ଭଳି ସମ୍ପର୍କକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ବାହାଘର ସମୟରେ ଲୋକମାନେ ନିଜ ଜୀବନସାଥୀ ସହିତ ସାରାଜୀବନ ରହିବା ଓ ଭରସା ବିଶ୍ୱାସର ଶପଥ ନେଇଥାନ୍ତି । କିନ୍ତୁ ଏମିତି କ’ଣ ହୁଏ ଯେ, ଲୋକମାନେ ଏହି ପବିତ୍ର ସମ୍ପର୍କକୁ ଛାଡ଼ି ଅନ୍ୟସହ ଅନୈତିକ ସମ୍ପର୍କ ସ୍ଥାପନ କରିବା ଆରମ୍ଭ କରନ୍ତି । ତେବେ ଆସନ୍ତୁ ଜାଣିବା କି କାହିଁକି ପରକୀୟା ପ୍ରୀତି ମାମଲା ବଢ଼ିବାରେ ଲାଗିଛି…

ଇମୋସନାଲ ଠାରୁ ଆରମ୍ଭ କରି Extra Marital Affairs ପର୍ଯ୍ୟନ୍ତ:-
ଯେତେବେଳେ ଲୋକମାନେ କାହା ସହିତ ଇମୋସନାଲ ଭାବ ଯୋଡି ହେଉଥିବା ଅନୁଭବ କରନ୍ତି, ତେବେ ଏହା ଆଗକୁ ଯାଇ ସ୍ପେଶାଲ ରିଲେସନସିପରେ ବଦଳିଯାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଧିକାଂଶ ଲୋକଙ୍କ ସମ୍ପର୍କ ସେମାନଙ୍କ ଅଫିସ୍ ସହକର୍ମୀଙ୍କ ସହ ଆରମ୍ଭ ହୋଇଥାଏ । ଏହି ସମ୍ପର୍କଗୁଡିକରେ ଲୋକମାନେ ଯୌନ ସମ୍ପର୍କ ଅପେକ୍ଷା ଇମୋସନାଲ ଭାବରେ ଅଧିକ ଯୋଡି ହୁଅନ୍ତି ।

ରୋମାଣ୍ଟିକ୍ ଆଫେୟର୍ ଠାରୁ Extra Marital Affairs ପର୍ଯ୍ୟନ୍ତ:-
ଯେତେବେଳେ ଜଣେ ବ୍ୟକ୍ତି ନିଜ ଜୀବନସାଥୀ ସହିତ ରହିବା ସତ୍ତେ୍ୱ ଅନ୍ୟ ଜଣଙ୍କ ସହିତ ରୋମାଣ୍ଟିକ୍ ସଂପର୍କରେ ରଖନ୍ତି, ଏହାକୁ ଏକ ରୋମାଣ୍ଟିକ୍ ଆଫେୟର କୁହାଯାଏ । ବେଳେବେଳେ ଏହା ଅଭ୍ୟାସରେ ପଡିଯାଏ ଓ ସେମାନେ ପରସ୍ପରକୁ ଛାଡ଼ି ରହିପାରିବେନି ବୋଲି ଭାବିଥାନ୍ତି ।

ପ୍ରତିଶୋଧଠାରୁ Extra Marital Affairs ପର୍ଯ୍ୟନ୍ତ :-
ବେଳେବେଳେ ଲୋକଙ୍କ ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ଦେଖାଯାଏ ଏବଂ ଲୋକମାନେ ଶୀଘ୍ର ସମ୍ପର୍କ ଭାଙ୍ଗଦିଅନ୍ତି । ଏହା ସହିତ ଆପଣ ସହଜରେ ଜୀବନ ଆଗକୁ ବଢ଼ାଇଦିଅନ୍ତି । କିନ୍ତୁ ନିଜର ପୂର୍ବ ସାଥୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଏହି ଲୋକମାନେ ଅନ୍ୟ କାହା ସହିତ ସମ୍ପର୍କ ସ୍ଥାପନ କରନ୍ତି, ଯାହା କରିବା ଦ୍ୱାରା ସେମାନେ ନିଜ ପୂର୍ବ ସାଥୀଙ୍କୁ ଇର୍ଷାରେ ଜାଳିବାକୁ ଚାହାଁନ୍ତି । କିନ୍ତୁ ଏହା ସବୁଠାରୁ ବିପଜ୍ଜନକ ହୋଇଥାଏ ।

ସାଇବର ଆଫେୟାର :-
ଆଜିକାଲି ଆଧୁନିକ ଦୁନିଆରେ ଲୋକମାନେ ଅନଲାଇମ ପାର୍ଟନର ଖୋଜିବାରେ ଲାଗିଛନ୍ତି । ଏଥିପାଇଁ ଲୋକମାନେ ଅନେକ ପ୍ରକାରର ୱେବସାଇଟ୍ ବ୍ୟବହାର କରନ୍ତି । ବେଳେବେଳେ ଏହି ସମ୍ପର୍କ ଇମୋସନାଲ ଓ ସେକ୍ସୁଆଲ ହୋଇଯାଏ । ଏହି ସମୟରେ ଲୋକମାନେ ଭୁଲିଯାଆନ୍ତି ଯେ ସେମାନେ ଅନ୍ୟ କାହା ସହିତ ସମ୍ପର୍କର ବନ୍ଧନରେ ଅଛନ୍ତି ।

Get real time updates directly on you device, subscribe now.