fbpx

ଅଧିକ ଅଦା ପକାଇ ଚା’ ପିଉଛନ୍ତି କି? ତେବେ ସାବଧାନ୍

ପ୍ରାୟତଃ ଲୋକମାନେ ଚା’ରେ ଅଦା ପକାଇ ପିଇବାକୁ ଅଧିକ ପସନ୍ଦ କରନ୍ତି । ଏହି ପରି ସେମାନେ ଦିନକୁ ୨ ଥର ବା ଅଧିକ ଥର ଚା’ ପିଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଅଧିକ ଅଦା ଖାଇବା ବି ଶରୀର ପାଇଁ କ୍ଷତିକାରକ ହୋଇଥାଏ । ପରେ ଆପଣଙ୍କ ଶରୀରରେ ଅନେକ ଗୁରୁତର ରୋଗ ବି ହୋଇପାରେ । ଆସନ୍ତୁ ଜାଣିବା ସେ ବିଷୟରେ କିଛି..

ଏସିଡିଟି-:
ଚା’ରେ ଅଧିକ ଅଦା ପକାଇ ପିଇବା ଦ୍ୱାରା ଶରୀରରେ ଏସିଡିଟିର ସମସ୍ୟା ସୃଷ୍ଟି ହୁଏ । ତେଣୁ ଆପଣଙ୍କୁ ଚା’ରେ କମ୍ ଅଦା ପକାଇବା ଉଚିତ୍ ।

ବ୍ଲଡ ପ୍ରେସର-:
ଯେଉଁମାନଙ୍କର ବ୍ଲଡ ପ୍ରେସର କମ୍ ଥାଏ, ସେମାନଙ୍କ ପାଇଁ ଚା’ରେ ଅଦା ପକାଇ ପିଇବା କ୍ଷତିକାରକ ହୋଇପାରେ । ,ଭଳି କ୍ଷେତରେ ସେମାନେ ଚା’ରେ ଅଦା ପକାଇ ପିଇବାଠାରୁ ଦୂରେଇ ଯିବା ଉଚିତ୍ ।

ସୁଗାର ରୋଗୀ-:
ଅଦାର ଅଧିକ ସେବନ କରିବା ଦ୍ୱାରା ରକ୍ତରେ ସୁଗାର ସ୍ତର କମିଯାଏ । ତେଣୁ ସୁଗାର ରୋଗୀ, ଯେଉଁମାନଙ୍କର ସୁଗାର ସ୍ତର କମ୍ ଥାଏ ସେମାନଙ୍କୁ ଅଦାର ଅଧିକ ସେବନଠାରୁ ଦୂରେଇ ଯିବା ଉଚିତ୍ ।

ନିଦ ନଲାଗିବା-:
ରାତିରେ ଅଦା ପଡିଥିବା ଚା’ଠାରୁ ଦୂରେଇ ଯିବା ଉଚିତ୍ । କିଛି ଲୋକ ଭାବନ୍ତି ଯେ, ଶୋଇବା ପୂର୍ବରୁ ଅଦା ଚା’ ପିଇବା ଲାଭଦାୟକ । କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, ଶୋଇବା ପୂର୍ବରୁ ଅଦା ଚା’ ପିଇବା ଦ୍ୱାରା ଆପଣଙ୍କର ନିଦ ଉଡିଯାଏ ।

Get real time updates directly on you device, subscribe now.