fbpx

ଲିଭରକୁ ସୁସ୍ଥ ରଖିବାକୁ ହେଲେ ଜାଣନ୍ତୁ କିଛି ଟିପ୍ସ

ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର। ଲିଭର ରକ୍ତରେ ସର୍କରା ନିୟନ୍ତ୍ରଣ, ବିଷାକ୍ତ ପଦାର୍ଥକୁ ବାହାର କରିବା ,ହର୍ମୋନ ତିଆରି କରିବା , ପ୍ରୋଟିନ୍‌ ପୋଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ଭଳି କେତେକ କାର୍ଯ୍ୟ କରିଥାଏ ।

ଯଦି ଆମର  ଲିଭର ଖରାପ ହୋଇଥାଏ ତେବେ ହେପାଟାଇଟିସ୍,  ଲିଭର୍‌ ସିରୋସିସ୍, ଫ୍ୟାଟି ଲିଭର୍‌, ଲିଭର୍‌ ଫେଲ୍ୟୁର, ଲିଭର୍‌ କ୍ୟାନ୍‌ସର ଆଦି ରୋଗ ହୋଇପାରେ। ତେବେ ଲିଭର୍‌କୁ କିିିିିପରି ସୁସ୍ଥ ରଖିବେ ଆସନ୍ତୁ  ଜାଣିବା କିଛି ଟିପ୍ସ

ସବୁବେଳେ ବିଶୁଦ୍ଧ ପାଣି ପିଅନ୍ତୁ ଓ ଦିନକୁ ଅଧିକ ପାଣି ପିଇବାକୁ ଚେଷ୍ଟା କରନ୍ତୁ।

ଯଦି ଆପଣ ମଦ, ଅଫିମ ଓ ସିଗାରେଟ ଭଳି ନିଶାଦ୍ରବ୍ୟ ସେବନ କରୁଛନ୍ତି ତେବେ ତେବେ ତୁରନ୍ତ ଏହା ସେବନ କରିବା ଛାଡି ଦିଅନ୍ତୁ।

ଲିଭରକୁ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ପାଖାପାଖି ୧୦-୧୨ଟି ତୁଳସୀ ପତ୍ରକୁ ଗରମ ପାଣିରେ ଧୋଇ ଖାଆନ୍ତୁ ।

ଜାମୁକୋଳି ଖାଇବା ଦ୍ୱାରା ଲିଭରକୁ ବହୁ ଉପକାର ମିଳିଥାଏ।

ଖାଦ୍ୟପେୟରେ ଅନିୟମିତତା କଲେ ଓ ଚର୍ବିଯୁକ୍ତ ଖାଦ୍ୟ ଖାଇଲେ,  ବାସି ଓ ଦୂଷିତ ଖାଦ୍ୟ ଖାଇବା ଦ୍ଵାରା ଲିଭର ଅଧିକ ପ୍ରାଭାବିତ ହୋଇଥାଏ । ତେଣୁ ଏସବୁଠାରୁ ଦୁରେଇ ରୁହନ୍ତୁ।

Get real time updates directly on you device, subscribe now.