fbpx
BJD SKY
BJD SKY

(ଭିଡିଓ) ଗଛରେ ଚଢ଼ିଛି ଭାଲୁ: ଓହ୍ଲାଇବାକୁ ନାକେଦମ ବନ ବିଭାଗ

BJD

ଗଛ ଉପରେ ବସିଛି ଭାଲୁ । ଆଉ ଭାଲୁ ଭୟରେ ଲୋକେ ମଧ୍ୟ ହୋଇପଡ଼ିଛନ୍ତି ଭୟଭୀତ । ଉଦ୍ଧାର ପାଇଁ ତଳେ ଚାହିଁ ରହିଛନ୍ତି ବନ କର୍ମଚାରୀ । ତେବେ କେତେବେଳେ ଭାଲୁ ତଳକୁ ଓହ୍ଲାଇବ ଏବଂ ଗ୍ରାମବାସୀଙ୍କ ଭୟ ଦୂର ହେବେ ଚିନ୍ତାରେ ଗ୍ରାମବାସୀ ।

ଏଭଳି ଦୃଶ୍ୟଟି  ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତ ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ  ଗାଁର । ଗାଁରେ ଥିବା ଏକ ନିମ୍ବ ଗଛରେ ଉପରେ ଭାଲୁଟି ଚଢ଼ିଯାଇଥିଲା । ରାତିରେ ଖାଦ୍ୟ ଅନ୍ୱେଷଣରେ ଭାଲୁଟି ଗାଁ ଭିତରକୁ ପଶି ଆସିଥିଲା । ତେବେ ସକାଳୁ ଜଙ୍ଗଲକୁ ଫେରି ନପାରି ଗଛ ଉପରେ ବସି ରହିଥିଲା । ଆଉ ଏହି ଭାଲୁକୁ ଲୋକେ ଦେଖି ଭିଡ଼ ଜମାଇଥିଲେ । ଘଟଣାସ୍ଥଳରେ  ଉମରକୋଟ ବନ ବିଭାଗ ପହଞ୍ଚି  ଭାଲୁକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲା । ତେବେ ଭାଲୁକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ପରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯିବାନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.