fbpx
BJD SKY
BJD SKY

ନେତାଜୀ ଜୟନ୍ତୀରେ ବିଜେପି-ଟିଏମସି କର୍ମୀ ମଧ୍ୟରେ ମାରପିଟ୍, ପୋଲିସର ଲାଠିଚାର୍ଜ

BJD

କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ମଧ୍ୟ ନେତାଙ୍କ ବାଡିଆପିଟା। ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ବିଜେପି) ଓ ତୃଣମୂଳ କଂଗ୍ରେସ(ଟିଏମସି) କାର୍ଯ୍ୟକର୍ତ୍ତା ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣା ସେହି ସମୟରେ ଘଟିଛି, ଯେତେବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନେତାଜୀଙ୍କ ଜୟନ୍ତୀ ପାଳନ ସମୟରେ ଲୋକଙ୍କୁ ମାସ୍କ ଏବଂ ସାନିଟାଇଜର ବାଣ୍ଟୁଥିଲେ। ପାର୍ଟି ନେତା ଅର୍ଜୁନ ସିଂହଙ୍କ ଉପରେ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏହା ବ୍ୟତୀତ ବିଜେପି ନେତାଙ୍କ କାର ଭଙ୍ଗାରୁଜା କରାଯାଇଛି। ଘଟଣା ଉପରେ ଟ୍ଵିଟ୍ କରି ପଶ୍ଚିମବଙ୍ଗ ବିଜେପି ନେତା କହିଛନ୍ତି, ଟିଏମସି ବିଜେପିକୁ ଦୁର୍ବଳ କରିବା ପାଇଁ ହୀନ ଚକ୍ରାନ୍ତ ଚଳାଇଛି। ଏପରିକି ପଶ୍ଚିମବଙ୍ଗର ଭାଟପଡାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ପରିସ୍ଥିତି ଏମିତି ବିଗିଡିଥିଲା ଯେ, ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ସୁରକ୍ଷାକର୍ମୀଙ୍କୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଥିଲା।
ବିଜେପି ଅଭିଯୋଗ କରିଛି ଟିଏମସି କର୍ମୀ ଟାର୍ଗେଟ୍ କରି ଅର୍ଜୁନ ସିଂହଙ୍କ ଉପରକୁ ପଥର ମାଡ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି। ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟାରେ ପୋଲିସ ବଳ ମୁତୟନ
କରାଯାଇଛି।

Get real time updates directly on you device, subscribe now.