fbpx

ଭାମିକାଙ୍କ ପ୍ରଥମ ଝଲକ୍, ମ୍ୟାଚ୍ ସମୟରେ ଅନୁଷ୍କାଙ୍କ ସହ ଆସିଲେ ନଜର

ନୂଆଦିଲ୍ଲୀ: ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଆଉ ମ୍ୟାଚରେ ସାଉଥ ଆଫ୍ରିକାର ବ୍ୟାଟିଂ ସମୟରେ ଟିଭି ସ୍କ୍ରିନରେ କିଛି ଏମିତି ଦୃଶ୍ୟ ଦେଖାଯାଇଥିଲା, ଯାହାକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ମ୍ୟାଚ ସମୟରେ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ପ୍ରଥମ ଝଲକ୍ ସମସ୍ତଙ୍କୁ ଦେଖିବାକୁ ମିଳିଥିଲା ।

ବିରାଟ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଷ୍ଟାଣ୍ଡ୍ସରେ ନିଜ ଝିଅ ସହ ଛିଡ଼ା ହୋଇଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଆଉ ଏବେ ଏହାର ଏକ କ୍ଲିପ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦର୍ଶକ ଖୁବ୍ ଭଲପାଇବା ଦେଉଛନ୍ତି । ସୂଚନାଯୋଗ୍ୟ, ବିରାଟ ଏବଂ ଅନୁଷ୍କା ଆରମ୍ଭରୁ ହିଁ ନିଜ ଝିଅକୁ ଏବେ ସୋସିଆଲ ମିଡିଆଠାରୁ ଦୂରରେ ରଖିବାକୁ ଚାହୁଛନ୍ତି ବୋଲି କହିଥିଲେ ।

Get real time updates directly on you device, subscribe now.