ନୂଆଦିଲ୍ଲୀ: ଆସାମ ସରକାର ବୁଧବାର ଦିନ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟର ହେମନ୍ତ ବିଶ୍ୱ ସରକାର ବିଫ ବା ଗୋମାଂସ ଉପରେ ବ୍ୟାନ ଲଗାଇଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆମେ ନିଷ୍ପତ୍ତି ନେଇଛୁ ଯେ, କୌଣସି ମଧ୍ୟ ରେଷ୍ଟୁରାଣ୍ଟ ବା ହୋଟଏଲରେ ଗୋମାଂସ ପରସା ଯିବନି ଏବଂ ଏଥିସହ ଏହାକୁ କୌଣସି ସାର୍ବଜନୀନ ସମାରୋହ ବା ସାର୍ବଜନିନ ସ୍ଥାନରେ ମଧ୍ୟ ପରସା ଯିବନାହିଁ।
ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଆମେ ଆସାମରେ ଗୋହତ୍ୟା ରୋକିବାକୁ ୩ ବର୍ଷ ପୂର୍ବରୁ ଆଇନ ଆଣିଥିଲୁ। ଏଥିରେ ଗୋହତ୍ୟା ରୋକିବାରେ ଅନେକ ସପଲତା ମିଳିଛି। ବର୍ତ୍ତମାନ ଅମେ ନିଷ୍ପତ୍ତି ନେଇଛୁ ଯେ, ଆସାମରେ କୌଣସି ମଧ୍ୟ ରେଷ୍ଟୁରାଣ୍ଟ ବା ହୋଟେଲରେ ଗୋମାଂସ ପରସା ଯିବନି ଏବଂ ଏଥିସହ ଏହାକୁ କୌଣସି ସାର୍ବଜନୀନ ସ୍ଥାନରେ ପରସା ଯିବନି। ଏହାକୁ ଏହିସବୁ ସ୍ଥାନରେ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ମନ୍ଦିର ପାଖରେ ନ ଖାଇବାକୁ ବାରଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ସଂପୂର୍ଣ୍ଣ ରାଜ୍ୟରେ ବନ୍ଦ କରାଯାଇଛି।