fbpx
BJD SKY
BJD SKY

ନିର୍ବାଚନ ପୂର୍ବରୁ ସବୁ ଦଳକୁ ନିର୍ଦ୍ଦେଶ ଦେଲେ Election Commission: ଏହି ଜିନିଷକୁ ଗ୍ରହଣ କରାଯିବନି

BJD

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ମାହୋଲ ଏବେ ସରଗରମ ହେବାକୁ ଲାଗିଛି । ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଇଲେକ୍ସନ କମିଶନ୍ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି । ଆସନ୍ତା ନିର୍ବାଚନରେ ପୋଷ୍ଟର ଏବଂ ପ୍ରଚାର କିମ୍ବା ଅନ୍ୟ କୌଣସି ନିର୍ବାଚନ କାର୍ଯ୍ୟରେ କୌଣସି ପିଲାମାନଙ୍କ ବ୍ୟବହାର କରାଯାଇ ପାରିବ ନାହିଁ । ସମସ୍ତ ରାଜନୈତିକ ଦଳ ଏବଂ ଆଶାୟୀ ପ୍ରାର୍ଥୀମାନଙ୍କ ଦ୍ୱାରା ନିର୍ବାଚନୀ ପ୍ରକ୍ରିୟାରେ ପିଲାଙ୍କ ବ୍ୟବହାରରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ନିର୍ବାଚନରେ ପ୍ରଚାର ହେଉ କିମ୍ବା କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ଛୋଟ ପିଲାମାନଙ୍କୁ ସାମିଲ ନ କରିବାକୁ ସମସ୍ତ ରାଜନୈତିକ ଦଳଙ୍କୁ ପରାମର୍ଶ ଜାରି କରିଛନ୍ତି ଭାରତର ନିର୍ବାଚନ କମିଶନ୍ । ଏଭଳି କାର୍ଯ୍ୟକଳାପକୁ କୌଣସି ପ୍ରକାରେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ନିର୍ବାଚୟ ଆୟୋଗ କହିଛନ୍ତି ଯେ, ନେତା ଏବଂ ପ୍ରାର୍ଥୀମାନଙ୍କୁ ପ୍ରଚାର ଆଦି କାର୍ଯ୍ୟରେ କଦାପି ବ୍ୟବହାର ନ କରିବା ଉଚିତ୍ । ପ୍ରଚାର ସମୟରେ ପିଲାଙ୍କୁ କୋଳରେ ଧରିବା ହେଉ କି ଗାଡ଼ି ବା ରାଲିରେ ପିଲାଙ୍କୁ ସାଥୀରେ ନେବା ଇତ୍ୟାଦି କରିବା ଉଚିତ୍ ନୁହେଁ ।

ସମସ୍ତ ରାଜନୈତିକ ପ୍ରଚାର ଅଭିଯାନ ଚଳାଇବା ପାଇଁ ପିଲାଙ୍କ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ରହିଛି । ଏଥିରେ କବିତା, ଗୀତ, କହୁଥିବା ଶବ୍ଦ, ରାଜନୈତିକ ଦଳ କିମ୍ବା ପ୍ରାଥିୀଙ୍କ ପ୍ରତୀକ ଚିହ୍ନର ପ୍ରଦର୍ଶନ ମଧ୍ୟ ସାମିଲ ରହିଛି । ଏହାପରେ ନିର୍ବାଚନ ଆୟୋଗ ଏକ ବୟାନରେ କହିଛନ୍ତି ଯେ, ଯଦି ଜଣେ ପିଲା ତାଙ୍କ ଅଭିଭାବକଙ୍କ ସହ ଅଛନ୍ତି, ତେବେ ରାଜନୈତିକ ଦଳର ପ୍ରଚାରରେ ସାମିଲ ନଥିବା ନେତା ପିଲାଟିକୁ ଧରିଲେ ଏହା ନିୟମ ଉଲ୍ଲଙ୍ଘନ ବୋଲି ଧରାଯିବ ନାହିଁ ।

Get real time updates directly on you device, subscribe now.