fbpx

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ରାଞ୍ଚି: ଝାଡଖଣ୍ଡରେ ଚମ୍ପାଇ ସୋରେନଙ୍କ ସରକାର ଫ୍ଲୋର ଟେଷ୍ଟ ପାସ କରିଛନ୍ତି। ଏଥିରେ କଂଗ୍ରେସ ମଧ୍ୟ ମହାଗଠବନ୍ଧନ ସରକାରର ଏକ ଅଂଶ ଭାବେ ରହିଛି। ତେବେ ଆଜିର ଫ୍ଲୋର ଟେଷ୍ଟରେ ଚମ୍ପାଇ ସରକାରଙ୍କ ସପକ୍ଷରେ ୪୭ ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷରେ ୨୯ ଖଣ୍ଡ ଭୋଟ ପଡିଛି। ଆଉ ଏହି ଫ୍ଲୋର ଟେଷ୍ଟ ପରେ ଚମ୍ପାଇ ସୋରେନ ଝାଡଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ସମୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଛନ୍ତି। ରାହୁଲ ଗାନ୍ଧୀ ନ୍ୟାୟ ଯାତ୍ରାରେ ଥିବା ବେଳେ ରାଞ୍ଚି ମୈଦାନ ଠାରେ ଏହି ସାକ୍ଷାତ ହୋଇଛି ବୋଲି ଜଣାପଡିଛି।

ଝାଡ଼ଖଣ୍ଡର ନୂଆ ସରକାର ପାଇଁ ସାକ୍ଷାତ ସମୟରେ କଳ୍ପନାଙ୍କୁ ରାହୁଲ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସାକ୍ଷାତର ଫଟୋ ଏକ୍ସରେ ଶେୟାର କରି କଂଗ୍ରେସ କହିଛି ଯେ, ଆମେ ସମସ୍ତେ ଏକଜୁଟ ହୋଇ ନ୍ୟାୟର ସଂଗ୍ରାମ ଜାରି ରଖିବୁ, ଲୋକଙ୍କ ସ୍ୱର ଉତ୍ତୋଳନ କରିବୁ। ଘୃଣା ହାରିବ ଏବଂ ଭାରତ ଜିତିବ। ଏହା ସହ ଫ୍ଲୋର ଟେଷ୍ଟରେ ସଫଳତା ପରେ କଂଗ୍ରେସ କହିଛି, ଝାଡଖଣ୍ଡ ଏକଛତ୍ରବାଦୀ ଶାସନର ଅହଂକାରକୁ ଭାଙ୍ଗି ଦେଇଛି। ଭାରତ ଜିତିଛି, ଲୋକମାନେ ଜିତିଛନ୍ତି। ଇଣ୍ଡିଆ ମେଣ୍ଟ ସରକାର ଆଜି ବିଧାନସଭାରେ ଫ୍ଲୋର ଟେଷ୍ଟରେ ଆସ୍ଥା ଭୋଟରେ ପାସ କରିଛନ୍ତି।

Get real time updates directly on you device, subscribe now.