fbpx
BJD SKY
BJD SKY

Big Breaking; ଆମ୍ବେଦକରଙ୍କ ନାଁରେ ବରମୁଣ୍ଡା ବସ୍ ଟର୍ମିନାଲ: ନୂଆ ନାଁରେ ଜଣାଯିବ ବରମୁଣ୍ଡା ବସ୍ ଷ୍ଟାଣ୍ଡ

BJD

ଭୁବନେଶ୍ୱର: ନୂଆ ରୂପ ପାଇବା ପରେ ଏବେ ନୂଆ ନାମ ମଧ୍ୟ ପାଇଛି ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ । ଆଜିଠାରୁ ଭାରତର ସମ୍ବିଧାନ ପ୍ରଣେତା ଡା. ବି.ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍ ଟର୍ମିନାଲ । ରାଜଦାନୀ ଭୁବନେଶ୍ୱରର ନବନିର୍ମିତ ବରମୁଣ୍ଡା ବସ ଟର୍ମିନାଲ ଏବେ ଆମ୍ବେଦକର ବସ୍ ଟର୍ମିନାଲ ନାମରେ ଏକ ନୂଆ ପରିଚୟ ପାଇବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ଚଳିତ ଫେବୃଆରୀ ମାସରେ ବରମୁଣ୍ଡାର ମସ୍ ଟର୍ମିନାଲ ଜନସାଧାରଣଙ୍କ ପାଇଁ ଲୋକାର୍ପଣ କରିବ । ଏହି ନୂଆ ଟର୍ମିନାଲରେ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବା ସହିତ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଯାତ୍ରୀମାନଙ୍କ ପ୍ରତୀକ୍ଷାଳୟ, ପରିମଳ ସୁବିଧା, ଆଲୋକୀକରଣ ଇତ୍ୟାଦି କାମର ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ତେବେ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ଦିଗରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇଥିବା କୁହାଯାଇଛି । ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ପ୍ରିପେଡ ଅଟୋ ଏବଂ ଟ୍ୟାକ୍ସି ସୁବିଧା ଉପଲବ୍ଧ ରହିପାରିବ । ବସ୍ ଟର୍ମିନାଲରେ ବିମାନବନ୍ଦର ଭଳି ସୁବିଧା ପାଇପାରିବେ ଯାତ୍ରୀ । ତେବେ ଫେବୃଆରୀ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ନୂଆ କରି ଗଢି ଉଠିଥିବା ବରମୁଣ୍ଡା ବସ୍ ଟର୍ମିନାଲକୁ ସାଧାରଣ ଜନତାଙ୍କ ପାଇଁ ଲୋକାର୍ପଣ କରାଯିବ ।

 

Get real time updates directly on you device, subscribe now.