fbpx

LIVE: ବିଶ୍ୱର ତୃତୀୟ ବଡ଼ ଅର୍ଥନୀତି ହେବୁ, ଏହା ମୋଦୀର ଗ୍ୟାରେଣ୍ଟି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ବର୍ତ୍ତମାନ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ନିଜର ବକ୍ତବ୍ୟ ରଖିଛନ୍ତି। ତେବେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇ ଆରମ୍ଭରୁ ହିଁ ବିରୋଧୀଙ୍କୁ ମୋଦୀ ସମାଲୋଚନା କରିଥିବା ଦେଖିବାକୁ ମିଳିଛି।

ବିରୋଧୀ ନେତାଙ୍କୁ ନେଇ ମୋଦୀ କହିଛନ୍ତି ଯେ ଆପଣମାନଙ୍କ ମଧ୍ୟରୁ ଅନେକ ନିର୍ବାଚନ ଲଢ଼ିବା ପାଇଁ ସାହସ ବି ହରାଇଛନ୍ତି। ଆଉ କିଛି ଲୋକ ତ ଏହି ଡରରେ ରାଜ୍ୟସଭାକୁ ଯିବାକୁ ଚାହିଁଲେଣି ବୋଲି ସେ କହିଛନ୍ତି। ତେବେ କେତେ ଦିନ ଆଉ ଦେଶକୁ ଭାଗ ଭାଗ କରିବ ବୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ମୋଦୀ। ଏଭଳି ଭାବେ ତୀବ୍ର ସମାଲୋଚନା କରି ବିରୋଧୀଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ। ଅନ୍ୟପଟେ ବିଶ୍ୱରେ ବର୍ତ୍ତମାନ ଭାରତ ଦ୍ରୁତ ଗତିରେ ବିକାଶ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ତେବେ ୨୦୪୪ ସୁଦ୍ଧା ବିଶ୍ୱର ତୃତୀୟ ବଡ଼ ଅର୍ଥନୀତି ହେବୁ। ଏହା ମୋଦୀର ଗ୍ୟାରେଣ୍ଟି ବୋଲି ସେ ଦାବି କରି କହିଛନ୍ତି ।

Get real time updates directly on you device, subscribe now.