ପାନ ସାଜିଲା କାଳ; ଚିମୁଟାଏ ଜର୍ଦ୍ଦା ପାଇଁ ନେଇଗଲା ଜୀବନ, 12 ବର୍ଷ ପରେ ମିଳିଲା ନ୍ୟାୟ
ପାନ ଦୋକାନୀ ଅତିରିକ୍ତ ଜର୍ଦ୍ଦା ଦେବାକୁ ମନା କରିବାରୁ ହତ୍ୟା । 12 ବର୍ଷ ପରେ ମିଳିଲା ନ୍ୟାୟ ।
ପାଟଣା: ‘ଖାଇ କେ ପାନ୍ ବନାରସ ୱାଲା, ଖୁଲଯାଏ ବନ୍ଦ ଅକଲ କା ତାଲା’ । ଏବେ ଏହି ଅକଲ ଖୋଲିବାର କଥା ବିହାରୀ ପାନ ସ୍ୱାଦରୁ ମଧ୍ୟ ଆସୁଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ପାନ ସ୍ୱାଦ ଲୋକଙ୍କୁ ମାନସିକ ରୋଗୀ ତଥା ହତ୍ୟାକାରୀରେ ପରିଣତ କରିପାରେ। ହଁ ! ବିହାରର ବେଗୁସରାଇରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି।
ଅପରାହ୍ନ ସମୟ ଏବଂ ଗ୍ରାହକକୁ ଦରକାର ଥିଲା ଅଧିକ ଜର୍ଦ୍ଦା । କିନ୍ତୁ ଯେତେବେଳେ ଦୋକାନୀ ମନା କଲେ, କଥା କେବଳ ଯୁକ୍ତିତର୍କରେ ସୀମିତ ରହିଲା ନାହିଁ ବରଂ ଟଣା ଟଣି, ମାରପିଟ, ଏପରିକି କଥା ହତ୍ୟା ପର୍ଯ୍ୟନ୍ତ ପହଞ୍ଚିଗଲା। ଗ୍ରାହକଙ୍କୁ ଅତିରିକ୍ତ ଜର୍ଦ୍ଦା ଦେବାକୁ ମନା କରିବା ଦୋକାନୀକୁ ପଡ଼ିଲା ମହଙ୍ଗା । କେବଳ ସାମାନ୍ୟ ଜର୍ଦ୍ଦା ପାଇଁ ହତ୍ୟା କରିବା କଥା ଶୁଣିଲେ ଲୋକଙ୍କୁ ଆଶ୍ଚର୍ଯ୍ଯ ଲାଗୁଛି ।
ଘଟଣାଟି 16 ମଇ 2013 ର। ବେଗୁସରାଇର ବାଲିଆ ଥାନା ଅଞ୍ଚଳର କସବା ଗାଁର ମସଜିଦ ନିକଟରେ ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ପାନ ଦୋକାନରେ ବସିଥିଲେ। ସେତେବେଳେ ମହମ୍ମଦ ଓୱେସ ଏବଂ ମହମ୍ମଦ ମିଷ୍ଟରଙ୍କୁ ଅତିରିକ୍ତ ତମାଖୁ ଦେବାକୁ ଅଶରଦ ମନା କରିଦେଲେ । ଅଥିରେ ରାଗି ଯାଇ ଦୁହେଁ ଅଶରଦଙ୍କୁ ଦୋକାନରୁ ଟାଣି ଆଣି ବାହାରେ ପ୍ରବଳ ମାଡ଼ ମାରିଥିଲେ ଏବଂ ଶେଷରେ ତାଙ୍କ ବେକ ମୋଡ଼ି ଦେଇଥିଲେ। ଚିକିତ୍ସା ପାଇଁ ନିଆଯାଉଥିବା ସମୟରେ ବାଟରେ ଅର୍ଶଦଙ୍କ ମୃତ୍ୟୁ ହୋଇଥିଲା।
ନ୍ୟାୟ ପ୍ରଦାନ କରିବାକୁ 12 ବର୍ଷ ଲାଗିଲା
ଘଟଣା ପରେ, ଅର୍ଶଦଙ୍କ ପରିବାର ସଦସ୍ୟ ମହମ୍ମଦ ଆଫତାବଙ୍କ ଦ୍ୱାରା ଏକ ଏଫଆଇଆର ଦାୟର କରାଯାଇଥିଲା। ମାମଲାରେ ମୋଟ 9 ଜଣ ସାକ୍ଷୀଙ୍କୁ ସାକ୍ଷ୍ୟ ଦିଆଯାଇଥିଲା। ଥାନାରେ ଏଫଆଇଆର ଦାୟର ହେବା ପରେ ସମ୍ପୂର୍ଣ୍ଣ ଘଟଣା ନ୍ୟାୟଧିଶଙ୍କ ପାଖରେ ପହଞ୍ଚିବାକୁ 12 ବର୍ଷ ଲାଗିଗଲା।
୧୨ ବର୍ଷର ଦୀର୍ଘ ବିଚାର ପରେ, ଏବେ ବେଗୁସରାଇର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଅଷ୍ଟମ ଜୟ ପ୍ରକାଶ ମୋଦିଙ୍କ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶୁଣାଣି ପରେ, କୋର୍ଟ ଦୋଷୀଙ୍କୁ ଜେଲ ପଠାଇ ଦେଇଛନ୍ତି। ଦୁଇ ଦିନ ପରେ, ଉଭୟ ଅଭିଯୁକ୍ତଙ୍କୁ ଏହି ମାମଲାରେ ହତ୍ୟା ପାଇଁ ଦଣ୍ଡ ଦିଆଯିବ।