fbpx

ପେଟର ଚର୍ବି କମାଇବାକୁ ଚାହୁଁଛନ୍ତି କି? ପ୍ରତିଦିନ ପିଅନ୍ତୁ ଏହି ଜିନିଷ:

ପେଟର ଚର୍ବି ଅର୍ଥାତ୍ ବେଲି ଫ୍ୟାଟକୁ ଭିସେରାଲ ଫ୍ୟାଟ୍ କୁହାଯାଇଥାଏ । ବଢୁଥିବା ପେଟକୁ କମାଇବା ପାଇଁ ବହୁତ ଲୋକ ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ସବୁ ପରେ ମଧ୍ୟ ସେମାନଙ୍କ ପେଟର ଚର୍ବି କମି ନଥାଏ । ତେବେ ଏକ ରିସର୍ଚରୁ ଜଣା ପଡିଛି ଯେ ଏପରି ଏକ ଜିନିଷ ଅଛି ଯାହାକୁ ପ୍ରତ୍ୟେକ ଦିନ ପିଇବା ଦ୍ୱାରା ପେଟର ଚର୍ବି କମିଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ଜିନିଷ ଏବଂ ଏହାକୁ ସେବନ କରିବାର ଉପାୟ ।

ସୁସ୍ଥ ଜୀବନ ଶୈଳୀ,କମ୍ ଶାରୀରିକ କାର୍ଯ୍ୟକଳାପ, ଭୁଲ୍ ଖାଦ୍ୟ ଅଭ୍ୟାସ ଆଦି ଦ୍ୱାରା ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ଫଳରେ ଆମ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଯଦି ଆମେ ଓଜନ ବୃଦ୍ଧିର କଥା କହିବା ତେବେ ଆଜିର ସମୟରେ ଅନେକ ଲୋକ ଏହି ସମସ୍ୟା ସହ ସଂଘର୍ଷ କରୁଛନ୍ତି ଏବଂ ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି । ପେଟର ଚର୍ବି ବଢିବା ଦ୍ୱାରା ହୃଦଘାତ କିମ୍ବା ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଥାଏ । ତେବେ ନିକଟରେ ହୋଇଥିବା ଏକ ରିସର୍ଚରୁ ଜଣା ପଡିଛି ଯେ ଏପରି ଏକ ଦ୍ରବ୍ୟ ଅଛି ଯାହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ପେଟର ଚର୍ବି ସମସ୍ୟାକୁ ଦୂର ହୋଇଥାଏ ।

ଖରାପ ଖାଦ୍ୟ, ଅତ୍ୟଧିକ ଚିନି, ଭୁଲ୍ ଡାଇଟ୍ ଆଦି ପେଟର ଚର୍ବି ବଢାଇବାର ମୁଖ୍ୟ କାରଣ । ତେବେ ବିଶେଷଜ୍ଞମାନେ ପେଟର ଚର୍ବି କମାଇବାକୁ ପ୍ରତ୍ୟେକ ଦିନ ଆପଲ୍ ସାଇଡର୍ ଭିନେଗାର( Apple Cider Vinegar) ସେବନ କରିବାକୁ ପରାମର୍ଶ ଦେଇଛନ୍ତି ।
ଆପଲ୍ ସାଇଡର୍ ଭିନେଗାର( Apple Cider Vinegar) : ପ୍ରକୃତରେ ଆପଲ୍ ସାଇଡର୍ ଭିନେଗାର ହେଉଛି ଏକ ଏସିଡ୍ । ଯାହାକି ଏଏମ୍ପିକେ (AMPK) ଏନଜାଇମକୁ ବୃଦ୍ଧି କରିଥାଏ । ଏହି ଏନଜାଇମ୍ ଚର୍ବିକୁ ଜାଳିବାରେ ସାହାଯ୍ୟ କରିବା ସହ ଚିନି ଉତ୍ପାଦନକୁ ମଧ୍ୟ ହ୍ରାସ କରିଥାଏ । ଫଳରେ ଆପଣଙ୍କୁ କମ୍ ଭୋକ ହୋଇଥାଏ ଏବଂ ଆପଣ କମ୍ କ୍ୟାଲୋରୀର ଖାଦ୍ୟ ଖାଇଥାନ୍ତି । ୧୭୫ ଜଣଙ୍କ ଉପରେ ହୋଇଥିବା ରିସର୍ଚରୁ ଜଣା ପଡିଛି ଯେ ପ୍ରତିଦିନ ଆପଲ୍ ସାଇଡର୍ ଭିନେଗାର ( Apple Cider Vinegar) ପିଇବା ଦ୍ୱାରା ପେଟର ଚର୍ବି କମିବା ସହ ଓଜନ ମଧ୍ୟ କମିଥାଏ ।

କେତେ ମାତ୍ରାରେ ପିଇବେ ଆପଲ୍ ସାଇଡର୍ ଭିନେଗାର : ରିପୋର୍ଟ ଅନୁଯାଇ ଯେଉଁ ବ୍ୟକ୍ତିମାନେ ଏକ ଚାମଚ ଆପଲ୍ ସାଇଡର୍ ଭିନେଗାର ସେବନ କରିଥିଲେ ସେମାନେ ୩ ମାସରେ ୧.୨ କି.ଗ୍ରା ଏବଂ ଯେଉଁମାନେ ଦୁଇ ଚାମଚ ଭିନେଗାର ସେବନ କରିଥିଲେ ସେମାନେ ୧.୭ କି.ଗ୍ରା ଓଜନ ହ୍ରାସ କରିଛନ୍ତି । ତେଣୁ ପ୍ରତ୍ୟେକ ଦିନ ଏକରୁ ଦୁଇ ବଡ ଚାମଚ ଆପଲ୍ ସାଇଡର୍ ଭିନେଗାର କୁ ଗୋଟେ ଗ୍ଲାସ ପାଣିରେ ମିଶାଇ ସକାଳେ ସେବନ କରିବା ଦ୍ୱାରା ପେଟର ଚର୍ବି କମିବା ସହ ଶରୀର ମଧ୍ୟ ନିରାପଦ ରହିଥାଏ ।

Get real time updates directly on you device, subscribe now.